
ପୁରୀ – ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥର ଡାହୁକ ସେଵକ ମାଧବ ପ୍ରଧାନ ଏକ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଖବର ପାଇବା ପରେ ତାଙ୍କର ଚିକିତ୍ସା ସୁବିଧା ପାଇଁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଜିଲ୍ଲାପାଳ ସମର୍ଥ ବର୍ମା ୩୦ ହଜାର ଟଙ୍କା ମଞ୍ଜୁର କରିଥିଲେ। ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ପରାମର୍ଶ କ୍ରମେ ଶ୍ରୀ ପ୍ରଧାନଙ୍କ ମଙ୍ଗରାଜପୁର ସ୍ଥିତ ବାସଭବନରେ ଜିଲ୍ଲା ଜରୁରୀ ବିଭାଗର ଡିପିଓ ସୁକାନ୍ତ କୁମାର ଦାଶ, ରେଡକ୍ରସର ସହାୟକ କର୍ମଚାରୀ ଆଦିତ୍ୟ କୁମାର ବରାଳ, ଶ୍ୟାମ ମହାପାତ୍ର ପହଞ୍ଚି ଏହି ଅର୍ଥକୁ ତାଙ୍କ ପତ୍ନୀ ଟିକିନା ପ୍ରଧାନଙ୍କୁ ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଅର୍ଥ ତାଙ୍କର ପରିବାରକୁ ପ୍ରଦାନ କରାଯାଇଥିବା ବେଳେ ଅଧିକ ଆର୍ଥିକ ସାହାଯ୍ୟ ପାଇଁ ଜିଲ୍ଲାପାଳ ସରକାରଙ୍କୁ ଅନୁରୋଧ କରିଛନ୍ତି।