କୋରେଇ- ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସଠିପୁର ନିକଟରେ ଥିବା ଓଭରବ୍ରିଜ ନିକଟରେ ବ୍ରିଜ ର ୱାଲରେ ଏକ ଅଟୋ ଧକ୍କା ଦେଇ ଅଟୋ ଚାଳକ ଜଣକ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ପାଣିକୋଇଲି ଆଡୁ ଏକ ଯାତ୍ରୀବାହୀ ଅଟୋ ନମ୍ବର (ଓଡ଼ି ୩୪କେ ୮୪୯୦) ପାଣିକୋଇଲି ପଟୁ ସଠିପୁର ଦେଇ ଯାଜପୁର ଟାଉନ ଆଡକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ବ୍ରିଜର ୱାଲକୁ ଧକ୍କା ଦେବା ସହ ଅଟୋଟି ଭାଙ୍ଗିରୁଜି ଚୁରମାର ହୋଇଯାଇଥିବା ଦେଖିବାକୁ ମିଳିଛି। ସୋଭାଗ୍ୟବସତଃ ଅଟୋରେ କେହି ଯାତ୍ରୀ ନଥିବା ଜଣାପଡିଛି।ଏହି ଦୁର୍ଘଟଣାରେ ଚାଳକ ଜଣକ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାକୁ ଦେଖି ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଅଟୋ ଚାଳକଙ୍କୁ ଉଦ୍ଧାର କରି୧୦୮ ଆମ୍ବୁଲାନ୍ସ ଯୋଗେ ଯାଜପୁର ଟାଉନ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି। ଖବର ପାଇ ପାଣିକୋଇଲି ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଅଟୋକୁ ଜବତକରି ଅଧିକ ତଦନ୍ତ ଚାଲୁରଖିଛି। ଖବର ଲେଖାଯିବା ପଯ୍ୟନ୍ତ ଗୁରୁତର ଆହତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ।