
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ର ଅଗ୍ରଣୀ ସାମାଜିକ ସଂଗଠନ ସମର୍ପଣ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟା ଅଙ୍କିତା ସାହୁ ନିଜ ଜନ୍ମଦିନ କୁ ନିଆରା ଢଙ୍ଗରେ ପାଳନ କରିଛନ୍ତି | ପେଣ୍ଠକଟା ସ୍ଥିତ ଧୋବାଖାଲ ବସ୍ତିରେ ରହୁଥିବା ଛୋଟ ଛୋଟ ପିଲାଙ୍କ ସହିତ କେକ୍ କାଟି ନିଜର ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ଛୋଟ ପିଲା ଙ୍କୁ କେକ ବାଣ୍ଟି ଛନ୍ତି। ସମସ୍ତେ ଆଡମ୍ବର ସହ ଜନ୍ମଦିନ ପାଳନ କରୁଥିବା ବେଳେ ନିଆରା ଭାବରେ ଛୋଟ ପିଲା ଙ୍କ ସହ ନିଜ ଝିଅର ଜନ୍ମଦିନ ପାଳନ କରିଥିବା କହିଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷ ତଥା ଅଙ୍କିତା ଙ୍କ ବାପା ବ୍ରଜକିଶୋର ସାହୁ ଓ ମାଆ ରିନା ସାହୁ। ଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ଦେବରାଜ ଦାସ, ବନିତା ଦୀକ୍ଷିତ, ଶୁଭଲକ୍ଷ୍ମୀ ରଥ, ବିଶ୍ଵନାଥ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।