କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଅଗଷ୍ଟ 08 ରିଖ ଦିନ ପେଣ୍ଠକଟା କମ୍ୟୁନିଟି ହଲ୍ 26 ନମ୍ବର ୱାର୍ଡ ରେ ବର୍ଜ୍ୟ ବସ୍ତୁ ପରିଚାଳନା ପ୍ରକଳ୍ପ ସହକାରୀ କାର୍ଯ୍ୟନିର୍ବାହ ଅଧିକାରୀ ପୁରୀ ପୌରପାଳିକା ମନୋଜ କୁମାର ବେହେରା (ଓଏସ୍) ଙ୍କ ଦ୍ଵାରା ଶୁଭ ଉଦଘାଟନ ହୋଇଯାଇଅଛି । ଏହା ସ୍ଵିଚ ଅନ ପାଉଣ୍ଡେସନ, କଲିକତା ଓ ପ୍ରସାଦ ଫାଉଣ୍ଡେସନ, ପୁରୀ ମିଳିତ ଉଦ୍ୟମ୍ ରେ ଏବଂ ପୁରୀ ମୁନିସିପାଲିଟି ସହଯୋଗରେ କାର୍ଯ୍ୟକ୍ରମ କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପେଣ୍ଠକଟାର ବର୍ଜ୍ୟବସ୍ତୁ କୁ ଓଦା ଓ ଶୁଖିଲା ଅଲଗା କରିବା, ପ୍ଲାଷ୍ଟିକ ବର୍ଜନ କରିବା , ବୃକ୍ଷ ରୋପଣ କରିବା, ପରିବେଶ ସୁରକ୍ଷା ପରିଚାଳନା ଓ ସଚେତନ କରିବା ଲକ୍ଷ ରହିଛି । ଏହି କାର୍ଯ୍ୟକ୍ରମ ରେ ସ୍କୁଲ, କ୍ଲବ, ମହିଳା ସମିତି, ସାହିଭାଇ ଓ ଭଦ୍ରଲୋକ ମାନଙ୍କୁ ସାମିଲ ଓ ସଚେତନ କରାଇବା ଉଦେଶ୍ୟ ।
ଏହି କାର୍ଯ୍ୟକ୍ରରେ ମୁଖ୍ୟ ଅତିଥି ଭାବେ ସହକାରୀ କାର୍ଯ୍ୟନିର୍ବାହ ଅଧିକାରୀ ପୁରୀ ପୌରପାଳିକା ମନୋଜ କୁମାର ବେହେରା, ସଂମାନନୀୟ ଅତିଥି ଭାବେ ପୂର୍ବତନ କାଉନସିଲର କେ ତାତା ରାଓ, ସ୍ୱିଚ ଓନ ଫାଉଣ୍ଡେସନ ପ୍ରୋଜେକ୍ଟ କୋଡିନେଟର କୁମାରୀ ମୋନାଲିସା ବେହେରା,ପେଣ୍ଠକଟା ମତ୍ସ୍ୟଜିବୀ ସମବାୟ ସମିତି ର ସଭାପତି କେ ମାର୍କ, ପେଣ୍ଠକଟା ମତ୍ସ୍ୟଜିବୀ କୁଳ ସଭାପତି ସୋଡ଼ିପିଲି ରମଣା, ପେଣ୍ଠକଟା ଏସ ଡି ଏ କମିଟି ରବୀନ୍ଦ୍ର ବିଶୋଇ ଉପସ୍ଥିତ ଥିଲେ |
ଏହି କାର୍ଯ୍ୟକ୍ରମରେ ସଭାପତି ପରିଚାଳନା କରିଥିଲେ ବାବୁଲା ପ୍ରସାଦ , ପୁରୀ ଜିଲ୍ଲା ମତ୍ସ୍ୟଜିବୀ ଉର୍ନ୍ନୟନ ଏବଂ ସି ଇ ଓ, ପ୍ରସାଦ ଫାଉଣ୍ଡେସନ, ପୁରୀ ସ୍ୱିଚ ଓନ ଫାଉଣ୍ଡେସନ, କଲିକତାର ପ୍ରୋଜେକ୍ଟ କୋଡିନେଟର ଚିନ୍ମୟ ମିଶ୍ର ଶେଷରେ ଧନ୍ୟବାଦ୍ ଦେଇଥିଲେ |
Related Stories
November 22, 2024