ଇମ୍ଫାଲ , ଅଶାନ୍ତ ମଣିପୁରରେ ହିଂସାକାଣ୍ଡ ଥମିବାର ନାଁ ନେଉନାହିଁ । ଶାନ୍ତି ଫେରାଇ ଆଣିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । ଦୁଇ ଗୋଷ୍ଠୀଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ହିଂସାକାଣ୍ଡ ପାଇଁ ମଣିପୁରର ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ବଳ ମୁତୟନ କରାଯାଇଛି । ତେବେ ଦୁଇ ଗୋଷ୍ଠୀ କିଭଳି ମୁହାଁମୁହିଁ ନହେବେ ସେଥିପାଇଁ ସମ୍ବେଦନଶୀଳ ସ୍ଥାନରେ ବଫର ଜୋନ କରାଯାଉଛି । ସେହିପରି ସାଧାରଣ ଲୋକଙ୍କ ଜୀବନ ହାନି ଯେପରି ନଘଟେ ସେ ଦିଗରେ ଦୃଷ୍ଟି ଦେବାକୁ ସୁରକ୍ଷା କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ମଣିପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗିରହିଥିବା ଏହି ବିବାଦ ଆଜିର ନୁହେଁ, ବର୍ଷ ବର୍ଷ ଧରି ଏହି ବିବାଦ ଲାଗିରହିଛି । ଦୁଇ ଗୋଷ୍ଠୀ କୌଣସି ଆତଙ୍କବାଦୀ ନୁହନ୍ତି । ତେଣୁ ସୁରକ୍ଷା ବଳ ସିଧାସଳଖ ଗୁଳି ଚଳାଇପାରିବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।