
ଜୟପୁର, କୋରାପୁଟ ଜିଲ୍ଲା ମାଛକୁଣ୍ଡ ଲମତାପୁଟ ପୋଲିସ ଗଞ୍ଜେଇ ଜବତ କରିଛି। ଗଛିତ ରଖାଯାଇଥିବା ୭୨ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ପୋଲିସ ।
ଏକ ବିଶେଷ ସୂତ୍ରରୁ ଖବର ପାଇ ଆଉଡିପଡା ଗ୍ରାମର ଲଇଖନ କାଙ୍ଗାରା ପଡ଼ିଆଙ୍କ ଘରେ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଘର ଚାବି ଭାଙ୍ଗି ଘରକୁ ଯାଞ୍ଚ କରିବା ବେଳେ ୪ ଟି ବସ୍ତାରେ ଗଞ୍ଜେଇ ପାଇଥିଲା ପୋଲିସ । ଘଟଣାସ୍ଥଳରୁ ଲଇଖନ ଫେରାର ହୋଇଯାଇଥିବା ବେଳେ ଘର ଭିତରୁ ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପଲିସ । ଯାହାର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏବଂ ଘର ମାଲିକ ଲଇଖନଙ୍କ ନାମରେ ଏନ୍. ଡି.ପି. ଏସ୍. ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ମାଛକୁଣ୍ଡ ପୋଲିସ ଉଦ୍ୟମ ଆରମ୍ଭ କରିଥିବା ସୂଚନା ମିଳିଛି।