
ମାଲକାନଗିରି, ମାଲକାନଗିରି ଜିଲ୍ଲାର ଗୀତ ସର୍ଗମ୍ ଟିମ୍ ତରଫରୁ ଓଡ଼ିଶାର ବି. ହାଇଗ୍ରେଡ୍ ତଥା ଜୟପୁର ଆକାଶବାଣୀର ମହାନ ଢୋଲୋକ ଓ ତବଲା ବାଦକ ସ୍ବର୍ଗତ ଶ୍ରୀ ସମନାଥ କେଲାଡିଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମାଲକାନଗିରି ଜିଲ୍ଲାର ଗୀତ ସର୍ଗମ୍ ଟିମ୍ ର ଅଶୋକ କୁମାର ରାଉତ, ସଞ୍ଜୟ ମାଳାକାର, ବାବୁ ନାୟକ, ମକରଧ୍ଵଜ ପାଣିଗ୍ରାହୀ, ବିଜୟ କ୍ଷେତି, ବନମାଳୀ କୁମାର, କାଳିଆ ସୁନାନୀ, ମାନସ ମାଝୀ, ବିଜୟ ସାମନ୍ତରାୟ, ଦୀପକ ନାୟକ, ରାଜୁ ମାଳାକାର, ବଣ୍ଟି ଵିଶ୍ଵାସ, ମନୋଜ ନାୟକ ପ୍ରମୁଖଙ୍କ ସହ ମାଲକାନଗିରି ଜିଲ୍ଲାର ଗୀତ ସର୍ଗମ୍ ଟିମ୍ ର ସମସ୍ତ କଳାକାର ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ।