ବଲାଙ୍ଗିର, ଗତକାଲି ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ ତାଙ୍କର ଦୁଇ ଦିନିଆ ବଲାଙ୍ଗିର ଗସ୍ତ କାଳରେ ସ୍ଥାନୀୟ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଛାତ୍ର ମାନଙ୍କ ପାଇଁ ଆୟୋଜିତ ଏକ ସଭାରେ ଯୋଗଦେଇଥିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ଜାତୀୟ ମେଡିକାଲ ଚୟନ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେଡିକାଲ ଛାତ୍ର ରୂପେ ନାମ ଲେଖାଇ ଥିବା ଛାତ୍ର ଛାତ୍ରୀ ମାନଙ୍କ ସହିତ ଫଟୋ ସେଶନ କରିଥିଲେ। ତାଙ୍କ ସହିତ କଥାବାର୍ତ୍ତା କରିଥିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଭାଲୁମୁଣ୍ଡା କସ ସାହୁ ଗୃହିଣୀ ମାତା ଓ ଚାଷୀ ପିତା ଶ୍ରାଧାକର ସାହୁଙ୍କ ସୁପୁତ୍ର ଜ୍ଞାନବନ୍ତ ସାହୁ ୬୪୫ ମାର୍କ ରଖି ଚୟନ ହୋଇଥିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଥର ଚେପାର ଦୈନିକ ମଜୁରୀ ଲାଗୁଥିବା ପିତା ସୁରେଶ ପ୍ରସାଦ ସା ମାତା ପଦ୍ମାବତୀ ସା ଆଶାକର୍ମୀଙ୍କ ଝିଅ ନିଶାମଣି ସା ୫୮୬ ମାର୍କ ରଖି ଚୟନ ହୋଇଥିଲେ ଓ ଓଡ଼ିଶା ଆଦର୍ଶ ବିଦ୍ୟାଲୟ ମହିମୁଣ୍ଡା ଅଙ୍ଗନୱାଡି କର୍ମୀ ମାତା ଯଶୋଦା ସାହୁଙ୍କ ଝିଅ ଶ୍ରୁତି ଶିରୋମଣି ସାହୁ ତିନି ଜଣ ଯାକ ଜାତୀୟ ମେଡିକାଲ ଚୟନ ପରୀକ୍ଷାରେ ଯୋଗ୍ୟତା ହାସଲ କରି ମେଡିକାଲ ପାଠ୍ୟକ୍ରମରେ ନାମଲେଖାଇ ସାରିଛନ୍ତି।
ଶ୍ରୀ ପାଣ୍ଡିଆନ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ବାପା ମା ଙ୍କ ଜୀବନର ସ୍ବପ୍ନ ପୂରଣ କରିବା ଦିଗରେ ଭଲ ପରିଶ୍ରମ କରି ଡାକ୍ତର ହୋଇ ବାହାରିବା ପରେ ଯେଉଁ ସ୍ତରରୁ ସେମାନେ ଆସିଛନ୍ତି ତାକୁ ଭୁଲି ନଯାଇ ଭଲ ଡାକ୍ତର ହେବାକୁ ପରାମର୍ଶ ଦେଇଥିଲେ। ସେମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।