
ଜୟପୁର, ଜୟପୁର ରେଳ ଷ୍ଟେସନ ଟ୍ରେନ ଲାଇନରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାଯାଇଛି । ମୃତ ଯୁବକର ପରିଚୟ ମିଳି ପାରିନାହିଁ । ଜୟପୁର ରେଳ ଷ୍ଟେସନର ୟାର୍ଡ ନିକଟ ଟ୍ରେନ ଲାଇନରେ ଯୁବକର କ୍ଷତ ବିକ୍ଷତ ଶବ ପଡିଛି । ସୂଚନା ପାଇ ଜିଆରପି ପୋଲିସ ପହଞ୍ଚି ଶବକୁ ଜବତ କରିଛି । ଟ୍ରେନ ଲାଇଇନରେ ଯୁବକ ଜଣକ ଶୋଇ ପଡିଥିବା ବେଳେ ମାଲବାହି ଟ୍ରେନ ଧକ୍କାରେ ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି । ଶବର ପରିଚୟ ମିଳିପାରି ନଥବାରୁ ଶବକୁ କୋରାପୁଟ ଶବ ଗୃହରେ ରଖାଯାଇଛି । ଯଦି ପରିଚୟ ମିଳିବ ପରିବାର ଲୋକେ ଆସିଲେ ଶବ ବ୍ୟବଛେଦ କରାଯିବ ବୋଲି ଜିଆରପି ପୋଲିସ ତରଫରୁ ସୂଚନା ଦିଆଯାଇଛି ।