
ଭୁବନେଶ୍ୱର, ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ ସାଳନ୍ଦୀ ନଦୀରେ ବୁଡ଼ି ନିଖୋଜ ହୋଇଯାଇଥିବା ୨ କାଉଡ଼ିଆଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଖୁବ ଖୋଜାଖୋଜି କରିବା ପରେ ଓଡ୍ରାଫ୍ ଟିମ୍ ଉଭୟଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି।
ଉଲ୍ଲେଖନୀୟ ଯେ, ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧିନ ବରଦା ଗାଁରେ ସାଳନ୍ଦୀ ନଦୀରୁ ପାଣି ନେଇ ସାନଜୟୀପୁର ଗାଁର କାଉଡ଼ିଆ ମହାଦେବ ମନ୍ଦିରକୁ ଜଳାଭିଷେକ କରିବା ପାଇଁ ଯାଇଥିଲେ। ସମସ୍ତେ ନଦୀରେ ବୁଡ଼ପକାଇ ପାଣି ନେଉଥିବା ବେଳେ ଦୁଇ ଜଣଙ୍କର ଗୋଡ଼ ଖସିଯିବାରୁ ସେମାନେ ଭାସି ଯାଇଥିଲେ। ଏହା ପର ଠାରୁ ଠାରୁ ଓଡ୍ରାଫ ଟିମ ଏବଂ ଦମକଳ ବାହିନୀ ବହୁ ଖୋଜାଖୋଜି ପରେ କୌଣସି ସନ୍ଧାନ ମିଳି ନଥିଲା। ଆଜି ସକାଳେ ଓଡ୍ରାଫ ଟିମ ସେମାନଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଛି। ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।