
ଭୁବନେଶ୍ଵର, ମୌସୁମୀ ନିମ୍ନ ଚାପ-ରେଖା ଆଜି ତାର ସାଧାରଣ ଅବସ୍ଥାନ ଠାରୁ ଉତରରେ ରହିବା ସହ ଏହାର ପଶ୍ଚିମ ଭାଗ ହିମାଳୟର ପାଦ ଦେଶରେ ଅବସ୍ଥାନ କରୁଥିବା ବେଳେ, ଏହାର ପୂର୍ବ ଭାଗ ଉତରପ୍ରଦେଶର ବାହରିଚ, ଗୋରଖପୁର, ସୁପାଉଲ, କୁଚବିହାରରୁ ପୂର୍ବ ଦିଗରେ ମଣିପୁର ଯାଏଁ ଲମ୍ବିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।