ଭୁବନେଶ୍ୱର, ଆଧାର କାର୍ଡ ନ ଥିଲେ ବି ପିଲା ସ୍କୁଲ୍ ରେ ନାମ ଲେଖାଇପାରିବେ । ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ଜରୁରୀ ନୁହେଁ । ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଆଧାର ଦେବା ବାଧ୍ୟତାମୂଳକ ନୁହେଁ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଗଣଶିକ୍ଷା ସଚିବ ଚିଠି ଲେଖିଛନ୍ତି ।
ଚିଠିରେ ଉଲ୍ଲେଖ କରାଯାଇଛି ଯେ ନାମଲେଖା ପରେ ଛାତ୍ରଛାତ୍ରୀ ଆଧାର ପ୍ରସ୍ତୁତ କରି ଜମା କରିପାରିବେ । କିଛି ସ୍କୁଲରେ ପ୍ରଧାନ ଶିକ୍ଷକ ଆଧାର ଦାବି କରିବା ଦୃଷ୍ଟିକୁ ଆସିଛି । ଏଥିପାଇଁ ସବୁ ପ୍ରଧାନ ଶିକ୍ଷକଙ୍କୁ ଅବଗତି ପାଇଁ ଡିଇଓଙ୍କୁ ଗଣଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଛନ୍ତି ।