ଗଞ୍ଜାମ – ଗଞ୍ଜାମ ଜିଲ୍ଲାରେ ଡେ଼ଙ୍ଗୁ ରୋଗୀଙ୍କ ସଂଖ୍ୟା ୧୦୪କୁ ଛୁଇଁ ସାରିଲାଣି । ସ୍ୱାସ୍ଥ୍ୟ ବିଭାଗର ପ୍ରତିକାର ଓ ସଚେତନତା ବାର୍ତା ଏହି ସଂଖ୍ୟାକୁ ହ୍ରାସ କରିବା ବଦଳରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଜଣାପଡିଛି ।
ବର୍ତମାନ ବ୍ରହ୍ମପୁର ବଡ ଡାକ୍ତରଖାନାରେ କାଜୁଏଲଟିରେ ଥିବା ସ୍ୱତନ୍ତ୍ର ଡେ଼ଙ୍ଗୁ ୱାଡର଼୍ରେ ୧୦ ଜଣ ରୋଗୀ ଚିକିତ୍ସାଧିନ ଅଛନ୍ତି । ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଡେ଼ଙ୍ଗୁ ରୋଗୀଙ୍କ ମଧ୍ୟରୁ ୭୨ ଜଣ ବାହାର ରାଜ୍ୟରୁ ଆକ୍ରାନ୍ତ ହୋଇ ଆସିଥିବା ବେଳେ ୩୨ ଜଣ ରୋଗୀ ଗଞ୍ଜାମ ଜିଲ୍ଲାର ବୋଲି ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡାକ୍ତର ଆର୍. ଜଗଦିଶ ପଟ୍ଟନାୟକ ସୂଚନା ଦେଇଛନ୍ତି । ତେବେ ଜିଲ୍ଲାର ବିଭିନ୍ନ ଗ୍ରାମରେ ରୋଗ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଜାରୀ ରହିଛି ବୋଲି ସେ କହିଛନ୍ତି ।
Related Stories
November 22, 2024