-
ଅତି ଶୀଘ୍ର ସମଲେଶ୍ଵରୀ, ମା ପାଟଣେଶ୍ଵରି ଓ ଗୋପାଳଜି ମନ୍ଦିରର ଉନ୍ନତିକରଣ କରାଯିବ – ଫାଇଭ୍-ଟି ସଚିବ
ବଲାଙ୍ଗିର, ବଲାଙ୍ଗିର ଦୁଇଦିନିଆ ଗସ୍ତର ଦ୍ଵିତୀୟ ଦିନରେ ଆଜି ସକାଳେ ପ୍ରଥମେ ବଲାଙ୍ଗିର ସମଲେଶ୍ଵରୀ ମନ୍ଦିରରେ ମା ଙ୍କ ଦର୍ଶନ କରି ମା ଙ୍କ ଆଶୀର୍ବାଦ ଗ୍ରହଣ କରି ଦିନର ଅନ୍ୟ କାର୍ଯ୍ୟ ଆରମ୍ଭ କରିଥିଲେ ଫାଇଭ୍-ଟି ସଚିବ ଭି.କେ. ପାନ୍ଡିଆନ। ମନ୍ଦିର ଦର୍ଶନ ପରେ ସେ କହିଥିଲେ ଯେ, ଅତି ଶୀଘ୍ର ଏଠାରେ ମନ୍ଦିରର ଉନ୍ନତିକରଣ କରାଯିବା ସହିତ ମା ପାଟଣେଶ୍ଵରୀ ଓ ଗୋପାଳଜି ମନ୍ଦିର ଯୋଜନା ଅନୁସାରେ ଉନ୍ନତିକରଣ କରାଯିବ । ସ୍ଥାନୀୟ କମିଟି ସହିତ କଥା ହୋଇଛି ସେହି ଅନୁସାରେ ଯୋଜନା ପ୍ରସ୍ତୁତ ହୋଇଥିବା ସେ କହିଥିଲେ। ସେଠାରୁ ସେ ବଲାଙ୍ଗିର ନୂତନ ଓ ଏସ ଆର ଟି ସି ବସ ଟର୍ମିନାଲ ପରିଦର୍ଶନ କରି ମିଶନ ଶକ୍ତି ଦ୍ଵାରା ପରିଚାଳିତ କେଫେ କୁ ଯାଇ ସେଠାରେ ତାଙ୍କର କାମ ଦେଖିଥିଲେ। ପରେ କୋଶଳ କଳାମଣ୍ଡଳକୁ ଯାଇ ସେଠାରେ ମିଶନ ଶକ୍ତି ଏସ ଏଚ ଜି ଗୋଷ୍ଠି ଓ ଅନ୍ୟ ଜନସାଧାରଣଙ୍କ ସହିତ ମିଶି ସେମାନଙ୍କ ପାଖରୁ ଅଭିଯୋଗପତ୍ର ଗୁଡ଼ିକ ଗ୍ରହଣ କରି ଉଦବୋଧନ ଦେଇଥିଲେ। ନିଜ ବକ୍ତବ୍ଯରେ ସେ କହିଥିଲେ ଯେ, ଆଜି ସାତ ତାରିଖ ସାତ ଦିନ ଭିତରେ ମନ୍ଦିର ମସଜିଦ ଗିର୍ଜା ସମ୍ପର୍କିତ ଉତ୍ତର ପାଇବେ, ଅନ୍ୟ ଅଭିଯୋଗ ଗୁଡ଼ିକ ବିଳମ୍ବିତ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଖୁସିର ଖବର ଦେବେ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ମତେ ପଠାଇଛନ୍ତି, ଆପଣଙ୍କ ସୁଖ ଦୁଃଖ ବୁଝିବାକୁ। ଏହି ଇତିହାସ ପ୍ରସିଦ୍ଧ କୋଶଳ କଳାମଣ୍ଡଳର ଉନ୍ନତିକରଣ କରାଯିବ। ଭଲ ମଞ୍ଚ, ପାର୍କିଂ, ପଡିଆର ସମତଳ କରାଯାଇ ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତାବ ଅନୁସାରେ ମୁଖ୍ୟମନ୍ତ୍ରୀ ଖୁସିର ଖବର ଦେବେ।
ଗତକାଲି ଫାଇଭ୍-ଟି ସଚିବ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ବିଭିନ୍ନ ଗୋଷ୍ଠି, ଛାତ୍ର, ମନ୍ଦିର, ହରିଶଙ୍କର ମିଶନ ଶକ୍ତି କାଫେ, ମନ୍ଦିର ବୁଲି ଦେଖି ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଅଜି ସେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଉନ୍ନୟନ କାର୍ଯ୍ୟ ଓ ହେଉଥିବା କାର୍ଯ୍ୟର ସମୀକ୍ଷା କରିଥିଲେ। ଆଜି ମଧ୍ୟାହ୍ନରେ ସେ ଭୁବନେଶ୍ଵର ଫେରିବାର କାର୍ଯ୍ୟକ୍ରମ ଅଛି।