
ଭୁବନେଶ୍ୱର, ଯୁବତୀଙ୍କୁ ଯୌନ ଶୋଷଣ ମାମଲାରେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ଆଜି କଟକ ମହିଳା ଥାନାରେ ହାଜର ହୋଇଛନ୍ତି । ଥାନାରେ ଏତଲା ପରେ ସୌରୀନ ଫେରାର ଥିଲେ । କିଛି ଦିନ ପୂର୍ବରୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ପାଇଥିଲ ସୌରୀନ। ପୀଡ଼ିତା ଯୁବତୀଙ୍କ ଏତଲା ଆଧାରରେ ଅଧିକ ପଚରାଉଚରା ପାଇଁ ଥାନାରେ ସୌରୀନ ହାଜର ହୋଇଥିବା ଜଣା ପଡିଛି ।
ଏହି ଅବସରରେ ସେ କହିଛନ୍ତି ଯେ, ତାଙ୍କର ନ୍ୟାୟିକ ବ୍ୟବସ୍ଥା ଉପରେ ପୁରା ବିଶ୍ଵାସ ରହିଛି। ସତ୍ୟତା ନିଶ୍ଚିତ ସାମନାକୁ ଆସିବ। ମୋ ବିରୋଧରେ ଆସିଥିବା ଅଭିଯୋଗ ଉପରେ ନିଶ୍ଚିତ ପରଦା ଉଠିଯିବ। ମୁଁ ସେ ଯୁବତୀଙ୍କୁ ଜାଣି ନାହିଁ ବୋଲି ସେ କହିଛନ୍ତି ।