କେନ୍ଦ୍ରାପଡ଼ା – ବିପିଏଲ୍ ପରିବାରମାନଙ୍କୁ ବିଦ୍ୟୁତ୍ ସଂଯୋଗ ଯୋଗାଣ ପାଇଁ ରାଜ୍ୟ ସରକାର ଯୋଜନା କରିଥିବାବେଳେ ପଟ୍ଟାମୁଣ୍ଡାଇ ଥାନା ଅଧିନ ମାଟିଆ ଗ୍ରାମର ତିନିମୁହାଣୀ ମୈାଜାର ଅଧିବାସୀମାନଙ୍କୁ ବିଦ୍ୟୁତ୍ ସଂଯୋଗ ମିଳିପାରିନାହିଁ । ଏ ନେଇ ଅଭିଯୋଗକାରୀମାନେ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟକୁ ବାରମ୍ବାର ଦୈାଡିଥିଲେ ମଧ୍ୟ କୈାଣସି ସୁଫଳ ମିଳିନାହିଁ । ଫଳରେ ଅନ୍ଧାରରେ ରହୁଥିବା ଏହି ପରିବାର ସଦସ୍ୟମାନେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତଙ୍କୁ ଭେଟି ଅଭିଯୋଗ କରି ପ୍ରତିକାର ଲୋଡିଛନ୍ତି । ଗ୍ରାମର ଅଶୋକ ମଲ୍ଲିକ, କୁଳମଣୀ ଜେନା, ଶରତ ମଲ୍ଲିକ, ରମାକାନ୍ତ ମଳିକ, ଦିବାକର ନାୟକ, ସୁନାକର ଜେନା, ମାନସ ଜେନା, ମିନତୀ ମଳିକ, ରଶ୍ମିତା ମଳିକ, ମାମି ଜେନା ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି ।
Related Stories
November 27, 2024
November 27, 2024