କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀର ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଭବାନୀ ଭୂୟାଁ ସମ୍ପାଦିତ ପ୍ରଗତିଶୀଳ ସାହିତ୍ୟ ପତ୍ରିକା “ନିର୍ଭୟା” , ପବିତ୍ର ମୋହନ ଦାଶଙ୍କ ନିବନ୍ଧ ସଂକଳନ ‘ଭାଵରୂପ’,ନନ୍ଦିତା ମହାନ୍ତିଙ୍କ ଦ୍ୱାରା ଅନୁଦିତ ଉପନ୍ୟାସ ‘ଖେଳ’ ତଥା ଶିବସୁନ୍ଦର ପାଣିଗ୍ରାହୀଙ୍କ କବିତା ସଂକଳନ ‘କୁହୁକ ସ୍ପର୍ଶ’ ଉନ୍ମୋଚିତ ହୋଇଯାଇଛି । ଏ ଉପଲକ୍ଷେ ଆୟୋଜିତ ସଭାରେ ସଭାପତିତ୍ୱ କରି ଡ଼ କୈଳାସଚନ୍ଦ୍ର ଟିକାୟତ ରାୟ ନିର୍ଭୟା ନାରୀ ମୁକ୍ତିର ମାର୍ଗ ପ୍ରସ୍ତୁତ କରିବ ବୋଲି କହିଥିଲେ । ଅତିଥି କବି ଚିତ୍ତରଞ୍ଜନ ମିଶ୍ର ‘ଭାଵରୂପ’ର ସମୀକ୍ଷା କରି ତାହା ପ୍ରତ୍ୟେକ କବି ପଢିବା ଉଚିତ ବୋଲି ମତ ଦେଇଥିଲେ । ମୁଖ୍ୟ ଅତିଥି ପ୍ରାଧ୍ୟାପକ ବୀରେନ୍ଦ୍ର ନାୟକ ‘ନିର୍ଭୟା’ ଭଳି ପତ୍ରିକା ବର୍ତ୍ତମାନର ଆବଶ୍ୟକତା ବୋଲି ସୂଚାଇଥିଲେ । ଅତିଥି ବସନ୍ତ କୁମାରୀ ସାମନ୍ତ ଓ ଶଙ୍କର୍ଷଣ ପରିଡା ନିର୍ଭୟାର ସଫଳତା କାମନା କରିବା ସହିତ ଉନ୍ମୋଚିତ ପୁସ୍ତକଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ । ଏ ସମ୍ପର୍କରେ ପାଠକୀୟ ମତ ପ୍ରଦାନ କରିଥିଲେ ମୁକୁନ୍ଦ ଶତପଥୀ ।
ସଭାରେ ନିର୍ଭୟା ତରଫରୁ ପ୍ରଚ୍ଛଦ ପାଇଁ ବସନ୍ତ କୁମାରୀ ସାମନ୍ତ ସାମ୍ବାଦିକତା ପାଇଁ ରୋଜାଲୀନ ମହାନ୍ତି ଶିକ୍ଷା ପାଇଁ ସୁସ୍ମିତା ମହାପାତ୍ର, ସମ୍ପାଦନା ପାଇଁ ମାନିନୀ ମିଶ୍ର ଓ କଳା ପାଇଁ ବବିତା ସାହୁଙ୍କୁ ସମ୍ମାନିତ କରାଯିବା ସହ ଟୁନି ଜେନା ଓ ମୋତି ଭୋଇଙ୍କୁ ନିତିଦିନର ନିର୍ଭୟା ସମ୍ମାନ ପ୍ରଦାନ କରାଯାଇଥିଲା । ସମୁଦାୟ କାର୍ଯ୍ୟକ୍ରମ ପରିକଳ୍ପନା ଓ ପରିଚାଳନା କରିଥିଲେ ମାନମୟୀ ରଥ । ଏହି ସଭାରେ ଜନ୍ମେଜୟ ଦ୍ବିବେଦୀ,ଅଜୟ ପ୍ରଧାନ, ମନୋଜ ପରିଡା, କାମଦେବ ମହାରଣା,ଦେବୀ ପ୍ରସନ୍ନ ରଥ, ବିଚିତ୍ରା ଦାଶ,ସୁପ୍ତି କର,ସୁଖଲତା ମଲ୍ଲିକ,ଅମ୍ବିକା ସ୍ୱାଇଁ,ସୁରେନ୍ଦ୍ର ତପସୁ,ଜଗନ୍ନାଥ ବସ୍ତିଆ , ତୃପ୍ତି ପଣ୍ଡା , ଶିବ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।