ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ ସୁବିଧାରୁ କୋଟି କୋଟି ଲୋକ ସ୍ୱାସ୍ଥ୍ୟ ସେବା ପାଉଥିବା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭ୍ୟ ଏକ ଟୁଇଟ୍ କରି କହିଥିଲେ ଯେ, ଅଣ-ସଂକ୍ରାମକ ରୋଗ ପାଇଁ ଜାତୀୟ ପ୍ରୋଗ୍ରାମ ଅଧୀନରେ ଏନସିଡି ପୋର୍ଟାଲ ମାଧ୍ୟମରେ ୫ କୋଟିରୁ ଅଧିକ ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ (ଏବିଏଚଏ) ଖୋଲାଯାଇଛି ।
କେନ୍ଦ୍ରମନ୍ତ୍ରୀଙ୍କ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ବହୁତ ଭଲ ସୂଚନା! ସମଗ୍ର ଦେଶରେ ଆମ ଗରିବ ଭାଇ ଓ ଭଉଣୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ଯୋଗାଇବା ଆମର ପ୍ରାଥମିକତା । ଏହା ଅତ୍ୟନ୍ତ୍ ସନ୍ତୋଷଜନକ ବିଷୟ ଯେ, ଏହି ଡିଜିଟାଲ ସୁବିଧାଗୁଡ଼ିକରୁ କୋଟି କୋଟି ଲୋକ ସମ୍ପୂର୍ଣ୍ଣ ଲାଭ ପାଇପାରୁଛନ୍ତି ।’