କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ଅରଗଳ ଗ୍ରାମର ବୈରାଗୀ ଚରଣ ଦାସ (୩୪) ସଂପୂର୍ଣ୍ଣ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବାବେଳେ ତାଙ୍କୁ ଭିନ୍ନକ୍ଷମ ଥଇଥାନ ଯୋଜନାରେ କୈାଣସି ସୁଫଳ ମିଳିନାହିଁ । ଏ ନେଇ ବୈରାଗୀ ଗୁରୁବାର ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ଥଇଥାନ ଯୋଜନାରେ ସାମିଲ୍ କରିବା ପାଇଁ ନିବେଦନ କରିଛନ୍ତି । ବୈରାଗୀ ଜଣେ ୯୦% ଭିନ୍ନକ୍ଷମ ହୋଇଥିବାବେଳେ ମାଟ୍ରିକ୍ ପାସ୍ କରିଛନ୍ତି । ତାଙ୍କୁ କେବଳ ଭତା ମିଳୁଥିବାବେଳେ ପୂର୍ବରୁ ଥିବା ରାସନ୍କାର୍ଡକୁ ନାକଚ କରି ଦିଆଯାଇଛି । ଏଣୁ ତାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାଇବା ପାଇଁ ଭିନ୍ନକ୍ଷମ ଥଇଥାନ ଯୋଜନାରେ ସାମିଲ୍ କରିବା ପାଇଁ ନିବେଦନ କରିଛନ୍ତି ।
Related Stories
November 27, 2024
November 27, 2024