
ଜୟପୁର, ଜୟପୁର ସଦର ଥାନା ଆନ୍ତର୍ଗତ ଗାଗନାପୁର ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଛି । ଜୟପୁର ସଦର ଥାନା ତରଫରୁ ଆୟୋଜିତ ବୈଠକରେ ସଦର ଥାନା ଅଧିକାରୀ ଇଶ୍ୱର ତାଣ୍ଡି, ଫାଣ୍ଡି ଅଧିକାରୀ ରାଜ କିଶୋର ବାରିକ ଉପସ୍ଥିତ ରହିଥିଲେ । ସାଇବର କ୍ରାଇମ, ଗ୍ରାମାଞ୍ଚଳରେ ମଦ କାରବାରକୁ ରୋକିବା, ନାବାଳାକ ମାନେ ବାଇକ ଚଲାଇବା ଉପରେ ରୋକ ଲଗାଇବା, ଚୋରି, ଲୁଟ ଅପରାଧକୁ ନିୟନ୍ତ୍ରଣ କରିବା ପାଇ ସଚେତନ ହେବା ଆଦି ଉପରେ ଆଲୋଚନା କରାଯାଇଥିଲା । ଏହା ସହ ବାଇକ ଚଲାଇବା ସମୟରେ ହେଲମେଟ ବ୍ୟବହାର କରିବା ସହ ଘରଭଡା ରହିବା ଲୋକ କାଗଜ ପତ୍ର ରଖିବା ଏବଂ ପୋଲିସକୁ ମଧ୍ୟ ସୂଚନା ଦେବାକୁ ସଚେତନ କରାଯାଇଥିଲା । ବୈଠକରେ ଗାଗନାପୁର ଫାଣ୍ଡି ଅଞ୍ଚଳର ବୁଦ୍ଧିଜୀବି ମାନେ ଉପସ୍ଥିତ ଥିଲେ ।