ଜୟପୁର, ଓଡିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଶ୍ରୀ ଶଶୀଭୂଷଣ ଦାଶ ଙ୍କ ସଭାପତିତ୍ୱରେ ଆଦିବାସୀ ସଂଗ୍ରାହାଳୟ କୋରାପୁଟ ଠାରେ ଓଡିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ର
ଗୁରୁତ୍ୱପୂର୍ଣ୍ଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶଶୀଭୂଷଣ ଦାଶ ସଭାପତିଙ୍କ ଆହ୍ୱାନ କ୍ରମେ କୋରାପୁଟ ଜିଲ୍ଲା ର ବିଭିନ୍ନ ବିଭାଗରେ କାର୍ଯ୍ୟ ରତ ସତାଧିକ ଅମଲା ଭାଇ ଭଉଣୀ ମାନେ ଯୋଗଦାନ କରିଥିଲେ । ଏଥିରେ ମିଳିତ ଅମଲା ମଞ୍ଚ କୋରାପୁଟ ଜିଲ୍ଲା ମୁଖ୍ୟ ଉପଦେଷ୍ଟା ସୁନାକର ରାଉତ, ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ, ସମ୍ମାନୀତ ଅତିଥି ଭାବେ ପ୍ରକାଶ ସାମଲ, ସୁଦର୍ଶନ ସାହୁ, ଅବସରପ୍ରାପ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ, ଶ୍ରୀ ଶଶୀଭୂଷଣ ଦାଶ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତିତ୍ୱ କରିଥିଲାବେଳେ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସମ୍ପାଦକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି , ସମ୍ମାନୀତ ଅତିଥି ମାନେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।ମୁଖ୍ୟ ତ ବାରମ୍ବାର ଓଡିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଓ ରାଜ୍ୟ ଶାଖା ପୁରୁଣା କମିଟି ର ସଭାପତି ଓ ସମ୍ପାଦକ ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପୁରୁଣା କମିଟି ବିଭିନ୍ନ ଆଳ ଦେଖାଇ ଦାୟିତ୍ୱ ହସ୍ତାନ୍ତର ନ କରିବା ସହିତ ସେମାନେ
ଗୋଟିଏ ଆନୁମାନିକ ତଥ୍ୟ ଆଗରୁ ସେମାନେ ତାଙ୍କ ପୁରୁଣା କମିଟି ବୈଠକରେ ଉପସ୍ଥାପନ କରିଥିଲେ । ସେଥିରେ ଲକ୍ଷ ଲକ୍ଷ ଟଙ୍କା ର ହିସାବ ଏପଟ ସେପଟ ହେଇଥିବା ନେଇ ବୈଠକରେ ସମସ୍ତ ଅମଲା ଭାଇ ଭଉଣୀ ମାନେ ତିବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ ।ଶୀଘ୍ର ପୁରୁଣା କମିଟି ଦାୟିତ୍ୱ ହସ୍ତାନ୍ତର କରିବା ନିମନ୍ତେ ବୈଠକରେ ଦାବି କରିଥିଲେ । ପରି ଶେଷରେ ଶ୍ରୀ ଦାଶ ରାଜ୍ୟ ଅମଲା ସଂଘ ପୁରୁଣା କମିଟି ର ସଭାପତି ଓ ସମ୍ପାଦକ ଙ୍କ ଉଦେଶ୍ୟ ରେ ତା ୫.୮.୨୦୨୩ ରେ ଦେଇଥିବା ଚିଠି ବୈଠକରେ ଉପସ୍ଥାପନ କରିଥିଲେ । ସେଥିରେ ରାଜ୍ୟ ସଂଘ ପୁରୁଣା କମିଟି ର ସଭାପତି ଓ ସମ୍ପାଦକ ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ନିମନ୍ତେ ମାତ୍ର ୩ ଦିନ ସମୟ ଦେଇଥିବା ଓ ଯଦି ସେମାନେ ୩ ଦିନ ମଧ୍ୟରେ ଦାୟିତ୍ୱ ହସ୍ତାନ୍ତର ନ କରନ୍ତି ତାହେଲେ ତାହେଲେ ରାଜ୍ୟ ସଂଘ ରଫରୁ ନୁତନ କମିଟି ସଭାପତି ଓ ସମ୍ପାଦକ ପୁରୁଣା କମିଟି ସଭାପତି ଓ ସମ୍ପାଦକ ଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବା ନିମନ୍ତେ ଆଦେଶ ଦେଇଥିବା ବୈଠକରେ ଆଲୋଚନା ହେବା ସହିତ ଯଦି ପୁରୁଣା କମିଟି ସଭାପତି ଓ ସମ୍ପାଦକ ୩ ଦିନ ମଧ୍ୟରେ ଦାୟିତ୍ୱ ହସ୍ତାନ୍ତର ନ କରନ୍ତି ତାହେଲେ ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତିଗ୍ରହଣ କରାଯାଇଥିଲା ।
ଅବସରପ୍ରାପ୍ତ ଅମଲା ମାନଙ୍କୁ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ଦାଶ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାସାଙ୍ଗ କରିଥିଲେ ।