ଭୋପାଳ, ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ରବିବାର ସକାଳେ ଭୋପାଳର କେତେକ ସ୍ଥାନରେ ଚଢ଼ଉ କରିଛି । ଏହି ସମୟରେ କିଛି ସନ୍ଦିଗ୍ଧଙ୍କୁ ହେପାଜତକୁ ନିଆଯାଇଛି । ଛତିଶଗଡ଼ରେ ଗିରଫ ହୋଇଥିବା ଏକ ନକ୍ସଲର ଦେଶବିରୋଧୀ ଗତିବିଧି ଲିଙ୍କ୍ ରେ ଏହି ଚଢ଼ଉ ହୋଇଛି । ବର୍ତମାନ ସୁଦ୍ଧା ଏନଆଇଏ ପ୍ରଦେଶର ସୁରକ୍ଷା ଏଜେନ୍ସୀଗୁଡିକୁ ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କୌଣସି ପ୍ରକାର ସୂଚନା ଦେଇନାହିଁ । ହେପାଜତରେ ନିଆଯାଇଥିବା ସନ୍ଦିଗ୍ଧ ମାନଙ୍କୁ ଅଜ୍ଞାତ ସ୍ଥାନକୁ ନେଇ ପଚରାଉଚୁରା ଜାରୀ ରହିଛି ।