
-
ମା କୋଳକୁ ତା ଛୁଆକୁ ଫେରେଇ ଆଣିବାକୁ ଆପର ଦାବୀ
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଗତ ୨୯ ତାରିଖ ଦିନ ପୁରୀ ଲାଇଟ୍ ହାଉସ ନିକଟରୁ ଏକ ଶିଶୁ କନ୍ୟା ନିଖୋଜ ହୋଇଛି । ଶିଶୁଟି କଟକ ନିଆଳି ଥାନା ଅଧୀନ ବିନିସିପୁର ପଞ୍ଚାୟତ ମହତାପାରି ଗ୍ରାମର ସଞ୍ଜୟ ମଲିକ୍ ଙ୍କ ଅଢେଇ ବର୍ଷର ଝିଅ ରାଧା ମଲିକ୍ । ଆଜିକୁ ପ୍ରାୟ ୬ଦିନ ହୋଇଯାଇଥିଲେ ମଧ୍ୟ କୁନି ଝିଅର କୌଣସି ଖୋଜ ଖବର ମିଳିନାହିଁ । ପୁରୀରେ ଅପରାଧ ବଢିଥିଲେ ମଧ୍ୟ ଶୀଘ୍ର ଅପରାଧୀ ମାନଙ୍କୁ ଧରୁଛି ବୋଲି ପୁରୀ ପୋଲିସ କହିଆସୁଥିବା ବେଳେ କୁନି ଶିଶୁ କନ୍ୟା କୁ ଖୋଜିବାରେ ତତ୍ପରତା ଦେଖିବାକୁ ମିଳୁନି । କଣ ଯଦି ଗୋଟେ ପ୍ରଭାବଶାଳୀ ବ୍ୟକ୍ତିର ହୋଇଥାନ୍ତା ତେବେ ପୋଲିସ ଏତିକି ବିଳମ୍ବ କରିଥାନ୍ତା ? ଗୋଟେ ମା ଆଜି ପୁରୀରେ ତାର କୁନି ପିଲା ପାଇଁ ଡହଳ ବିକଳ ହୋଇ ଖୋଜୁଛି । ସବୁ ସରକାରୀ କାର୍ଯ୍ୟାଳୟ ଆଗରେ ନେହୁରା ହେଉଛି କିନ୍ତୁ ପୁରୀରେ ପୋଲିସର କୌଣସି କାର୍ଯ୍ୟକଳାପ ଦେଖିବାକୁ ମିଳିନି । ଆପ୍ ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି , ସଦର ସଭାନେତ୍ରୀ ପାର୍ବତୀ ପ୍ରଧାନ ଏବଂ ପୌରପାଳିକା ସଭାନେତ୍ରୀ ଜୟନ୍ତୀ ଜେନା ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସହ ସାକ୍ଷାତ କରି ଆଲୋଚନା କରିବା ସହ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହାର ତୁରନ୍ତ ସମାଧାନ କରି ଶିଶୁକନ୍ୟା କୁ ଖୋଜି ତା ମା କୁ ହସ୍ତାନ୍ତର କରିବା ପାଇଁ ଦାବି ରଖା ଯାଇଛି । ପୁରୀ ଜିଲ୍ଲାରେ ଆଇନ କାନୁନ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଥିବା ବେଳେ ପୁରୀରେ କ୍ରାଇମ୍ ଦିନକୁ ଦିନ ବଢ଼ିଚାଲିଛି । କେବଳ କଟକରୁ ଆସିଥିବା ମା କଥା ନୁହେଁ ଏଭଳି ଶିଶୁକନ୍ୟା ହଜିବା ପୁରୀ ବାସୀଙ୍କ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି ବୋଲି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହାନ୍ତି କହିଛନ୍ତି |