
ମାଲକାନଗିରି, ସାରା ଓଡିଶାରେ ପ୍ରାଥମିକ ଶିକ୍ଷକମାନଙ୍କ ନାର୍ଯ୍ୟ ଦାବୀ ସରକାର ପୂରଣ କରୁ ନାହାଁନ୍ତି ଏନପିଏସ ଭଳି କୁତ୍ସିତ ପ୍ରଥା ଓ ଦରମାରେ ଘୋର ତାରତମ୍ୟ ରଖି ବୈମାତୃକ ଭାବ ପୋଷଣ କରିଛନ୍ତି ଅଭିଯୋଗ କରି ଆଜି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଆହ୍ଵାନ କ୍ରମେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା। ସଭାପତି ଜୟରାମ ଭୁମିଆଙ୍କ ନେତୃତ୍ଵରେ ବିଭିନ୍ନ ଦାବୀ ପୂରଣ ପାଇଁ ସ୍ଲୋଗାନ ଦେଇ ସମସ୍ତ ପ୍ରକାର ଶିକ୍ଷକ ଶିକ୍ଷୟିତ୍ରୀ ଶାନ୍ତି ଶୋଭାଯାତ୍ରା କରିଥିଲେ। ପରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର ୟେଶୁ ଦାସ ଏବଂ ଛତିଶ ଚନ୍ଦ୍ର ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଓଡ଼ିଶା, ମୂଖ୍ୟ ଶାସନ ସଚିବ, ଗଣ ଶିକ୍ଷାମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା। ପରେ ସମ୍ପାଦକ ସଞ୍ଜୟ କୁମାର ରାୟସିଂଙ୍କ ଆବାହକତ୍ଵରେ ସ୍ଥାନୀୟ ଶିକ୍ଷକ ଭବନରେ ଏକ ବୈଠକ ଆୟୋଜିତ ହୋଇଥିଲା। ପ୍ରଥମେ ୨୦୦୧ ରେ ଗଣ ଶିକ୍ଷା ବିଭାଗରେ ଠିକା ନିଯୁକ୍ତି ପ୍ରଥା ସୃଷ୍ଟି କରାଯାଇଥିଲା। ମହାବାତ୍ୟା ଓ ରାଜସ୍ବ ନିଅଣ୍ଟର ଆଳ ଦେଖାଇ ସରକାର ଯେଉଁ ୧୫୦୦ ଟଙ୍କିଆ ନିଯୁକ୍ତି ପ୍ରଦାନ କରିଥିଲେ ସେଥିରେ ଉଚ୍ଚ ଶିକ୍ଷା ହାସଲ କରିଥିବା ଶହ ଶହ ସିଟି, ବିଇଡି ଯୁବକ ମାନେ ଦୈନିକ ମଜୁରିଆ ଠାରୁ କମ ଦରମାରେ ଗୋତି ଶ୍ରମିକ ଭାବେ କାମ କରିଥିଲେ ଏବଂ ଅଭାବି ରାଜ୍ୟ ସରକାରଙ୍କ ରାଜସ୍ବ ବୃଦ୍ଧି କରିବାରେ ସହାୟକ ହୋଇଥିଲେ। ସେହି ସମୟରେ ଉଚ୍ଚ ଶିକ୍ଷିତ ମାନେ ନିଯୁକ୍ତି ବିନା ବେକାରୀ ମାନ୍ୟତା ଯେତିକି ନିଷ୍ଠୁରତା ନଥିଲା ତାଠାରୁ ଅଧିକ ପ୍ରାଥମିକ/ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲକ୍ଷାଧିକ ଶିକ୍ଷକ ପଦବୀ ଖାଲି ରାଜ୍ୟ ସରକାରଙ୍କ ପାରିବା ପଣିଆକୁ ଉପହାସ କରୁଥିଲା । ଏପରି ସ୍ଥଳେ ଦିଶାହୀନ ନିଯୁକ୍ତି ପକ୍ରିୟା ପାଇଁ କେତେ ଯେ ଯୁବକ ଛଟେଇ, ପୁନଃ ନିଯୁକ୍ତିରେ ୧୦ ବର୍ଷ ଠିକାରେ ଖଟି ଯୁବ ବୟସକୁ ହରାଇଛନ୍ତି ତାର କଳନା ନାହିଁ। ସମାନ କାମକୁ ସମାନ ଦରମା କଥା ସରକାର କହୁଛନ୍ତି, କିନ୍ତୁ କରୁ ନାହାଁନ୍ତି। ବର୍ଗୀକରଣ ନିଯୁକ୍ତି ଯୋଗୁ ବହୁଧା ଭାଗରେ ସଂଗଠନ ସୃଷ୍ଟି ହୋଇଛି। ଦୀର୍ଘ ୨୦ ବର୍ଷ ଚାକିରି ଶେଷ ପରେ ମଧ୍ୟ ୪୨୦୦ ଗ୍ରେଡ୍ ପେ ନ ଦେଇ ଉଚ୍ଚ ନ୍ୟାୟଳୟଙ୍କ ଆଦେଶ ଅନୁପାଳନ ହେଉନାହିଁ । ୨୦୧୭ ର ଆନ୍ଦୋଳନରେ ଦୃଢ ପ୍ରତିଶୃତି ଦେଇ ପରେ ଚତୁରତାପୂର୍ଣ୍ଣ ଭାବେ କେବଳ ଶିକ୍ଷା ସହାୟକରୁ କନିଷ୍ଠ ଶିକ୍ଷକର ନାମରେ ନାମିତ କରି ୨୮୦୦ ଗ୍ରେଡ୍ ପେ ନ ଦେଇ ଭଣ୍ଡାଇ ଦେଇଥିଲେ। ମାଧ୍ୟମିକ ଶିକ୍ଷା, ଏସଟି, ଏସସି ଶିକ୍ଷା ବିଭାଗ, ମାଧ୍ୟମିକ କ୍ରୀଡା ଶିକ୍ଷକ ଏବଂ ଅନ୍ୟାନ୍ୟ ବିଭାଗରେ ସମାନ ଯୋଗ୍ୟତାଧାରୀଙ୍କୁ ୨୮୦୦ ଗ୍ରେଡ୍ ପେ ଦେଉଥବା ବେଳେ ପ୍ରାଥମିକ ଶିକ୍ଷକଙ୍କୁ ଅଣଦେଖା କରାଯାଉଛି। ଦେଶର ଦୁଇ ଡଜନରୁ ଅଧିକ ରାଜ୍ୟ ପ୍ରାଥମିକ / ଉଚ୍ଚ ପ୍ରାଥମିକ ଶିକ୍ଷକ ମାନକୁ କେନ୍ଦ୍ରିୟ ହାରରେ ଦରମା ପ୍ରଦାନ କରୁଛନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଓଡିଶାରେ ବିଦ୍ୟାଳୟ ଯେମିିତି ଅସଜଡା କରି ରଖିଛନ୍ତି ଶିକ୍ଷକ ମାନଙ୍କୁ ମଧ୍ୟ ଉପେକ୍ଷିତ କରୁଛନ୍ତି। ଶିକ୍ଷାର ଭିତ୍ତି ପ୍ରସ୍ତର ପ୍ରାଥମିକ ଶିକ୍ଷା ଉପରେ ଦଣ୍ଡାୟମାନ। ସରକାର ମୂଳ ପ୍ରାଥମିକ ବିଦ୍ୟାଳୟ ସଜାଡୁ ନାହାଁନ୍ତି। ରାଜ୍ୟର ସ୍ବାଭିମାନ, ଅସ୍ମିତା ଓ ପ୍ରତିଷ୍ଟାକୁ ଗୁରୁତ୍ବ ଦେଉଥିବା ସରକାର ପ୍ରାଥମିକ ବିଦ୍ୟାଳୟ ଓ ଶିକ୍ଷକଙ୍କୁ ଗୁରୁତ୍ଵ ଦିଆଯାଉ । ଶିକ୍ଷାୟତନ ଓ ଶିକ୍ଷକର ନାର୍ଯ୍ୟ ଦାବୀକୁ ପ୍ରାଥମିକତା ଦିଆଯାଇ ପ୍ରାଥମିକ / ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଠିକା ନିଯୁକ୍ତି ଦେବା ବନ୍ଦ କରାଯାଉ। ଦ୍ବିତୀୟତଃ ୬ ବର୍ଷର ଠିକା ନିଯୁକ୍ତିକୁ ଯୋଡି ମୂଳ ଦରମାରେ ୬ଟି ଇଂକ୍ରିମେଣ୍ଟ । ତୃତୀୟ ତ କେନ୍ଦୀୟ ହାରରେ ଦରମା ଏବଂ ପୁରୁଣା ପେନସପ ଲାଗୁ କରାଯାଉ। ଏକ୍ସ କ୍ୟାଡର ଉଛ୍ଛେଦ କରି ସ୍ବାଭିମାନୀ ଶିକ୍ଷକ ମାନ୍ୟତା ଦିଆଯାଉ। ୨୭ ନଭେମ୍ବର ୨୦୨୨ ରେ ଓଡିଶା ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘ ଆହ୍ବାନ କ୍ରମେ ଲୋଏର ପିଏମଜି ଭୁବନେଶ୍ଵରରେ ଆନ୍ଦୋଳନ କରିଥିଲୁ । ୩୦ ନଭେମ୍ବରରେ ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତିକୁ ସମ୍ମାନ ଦେଇ ମିଳିତ ମହାସଂଘ ଆନ୍ଦୋଳନରୁ ଓହରି ଯାଇଥିଲା । ଡିସେମ୍ବର ୨୯ ରେ ମହାସଙ୍ଗ ସଦସ୍ୟ ମାନେ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଦାବୀର ଯଥାର୍ଥତା ଉପସ୍ଥାପନ କରିଥିଲେ । ଢେର୍ ଦିନ ବିତି ଯାଇଥିଲେ ହେଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନନେବା ଦୁଃଖ ଓ ପରିତାପର ବିଷୟ । ଏହାର ଘୋର ବିରୋଧ କରି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ନେତୃତ୍ବରେ ରାଜ୍ୟର ସମସ୍ତ ପ୍ରକାରର ଶିକ୍ଷକ ଏକ ହୋଇ ଅତି ଶୀଘ୍ର ସରକାର ଦାବୀ ଗୁଡିକ ବିଚାର ନକଲେ ଆଗାମୀ ୧୬ ଆଗଷ୍ଟ ୨୦୨୩ ରୁ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି ନିଆଗଲା। ଏଥି ଯୋଗୁ ବିଦ୍ୟାଳୟରେ ଯେଉଁ ଅଚଳା ଅବସ୍ଥା ସୃଷ୍ଟି ହେବ ସେଥି ପାଇଁ ରାଜ୍ୟ ସରକାର ଦାୟି ରହିବେ।
ବ୍ଲକ ପ୍ରାଥମିକ ସଂଘର କର୍ମ କର୍ତ୍ତା ଜୟରାମ ଭୂମିଆ , ସଞ୍ଜୟ କୁମାର ରୟସିଂ, ସୁନିଲ କୁମାର ଦାସ, ଚନ୍ଦ୍ର ଶେଖର ଚୌଧୁରୀ, ପ୍ରଶାନ୍ତ କୁମାର ସାହୁ, ଏ ରାମୁଡୁ, ରତ୍ନାକର ପାଳ, ନରେନ୍ଦ୍ର ନିହାଲ, ଅର୍ଚ୍ଚନା ରାଣୀ ସେଠୀ, ସନ୍ତୋଷ କୁମାର ପୂଜାରୀ, ମଧୁସୂଦନ ନାୟକ, ବିରଜା ଶଙ୍କର ବେହେରା, ସନ୍ତୋଷ କୁମାର ଗଣ୍ଡ, ଅନ୍ତର୍ଯ୍ୟାମୀ ମଲ୍ଲିକ, ଭୁବନ ନାୟକ, ବାବୁଲି ପୃଷ୍ଠି, ସର୍ବେଶ୍ଵର ବେଉରା ପ୍ରମୁଖ ପ୍ରକାଶ କରିଛନ୍ତି ।