ମାଲକାନଗିରି, ସ୍ଵାମୀ ବିବେକାନନ୍ଦ ଲୋକସଂସଦ ଜିଲ୍ଲା ଶାଖା ଆନୁକୁଲ୍ୟରେ ଚର୍ତୁ ବିଂଶତମ ଇ-ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ତଥା ସ୍ଵାମୀ ବିବେକାନନ୍ଦ ଲୋକସଂସଦ ମାଲକାନଗିରି ଶାଖାର ସଭାପତି ଡଃ. ରଞ୍ଜନ କୁମାର ସ୍ଵାଇଁ ସଭାପତିତ୍ବ କରିଥିଲା ବେଳେ ସଂସଦର ଆଜୀବନ ସଦସ୍ୟା ପ୍ରଧାନ ଶିକ୍ଷୟିତ୍ରୀ ସାଧନା ମଣ୍ଡଳ ସଂଯୋଜନା କରିଥିଲେ। ଆଜୀବନ ସଦସ୍ୟା ଆଭାରାଣୀ ବିଶ୍ଵାଳ ମନ୍ତ୍ରପାଠ ଓ ବିବେକ ବାଣୀପଠନ କରିଥିଲେ। କାର୍ଯ୍ୟକ୍ରମ ପରିଶେଷରେ ସ୍ଵାମୀ ବିବେକାନନ୍ଦ ଲୋକସଂସଦ ଦକ୍ଷିଣ ସମ୍ତାବର ସଂପାଦକ ରବୀନ୍ଦ୍ର କୁମାର ମହାରଣା ଧନ୍ୟବାଦ ଅର୍ପଣ ଓ ଆଜୀବନ ସଦସ୍ୟା ଅଙ୍ଗୁରବାଳା ସ୍ଵାଇଁ ଶାନ୍ତି ପାଠ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଡଃ. ଶ୍ୟାମ ପ୍ରସାଦ ଡିଗ୍ରୀ ମହାବିଦ୍ୟାଳୟ; ଏମ. -୭୯ ର ଅଧ୍ୟକ୍ଷା ପ୍ରବାସିନୀ ମହାପାତ୍ର ଯୋଗଦାନ କରି ଆଧୁନିକ ଓଡ଼ିଆ କବିତାରେ ରୋମାଣ୍ଟିକ ଚେତନା ସମ୍ପର୍କରେ ଆଲୋଚନା କରିଥିଲେ। ରୀତି ଯୁଗ, ମଧ୍ୟ ଯୁଗ ; ସବୁଜ ଯୁଗ ଓ ଆଧୁନିକ ଯୁଗର କବିମାନଙ୍କର କବିତା ପଂକ୍ତି ସମୂହରେ ରୋମାଣ୍ଟିକ୍ ଚେତନାର ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ । ପରିଶେଷରେ ଜିଜ୍ଞାସୁମାନଙ୍କର ପ୍ରଶ୍ନଗୁଡ଼ିକର ଉତ୍ତରବକ୍ତା ଶ୍ରୀମତି ମହାପାତ୍ର ପ୍ରଦାନ କରିବାପରେ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା। ଉକ୍ତ ଆଭାସୀ ଇ-ପାଠଚକ୍ରରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ।