କେନ୍ଦ୍ରାପଡ଼ା – ନାଗରିକତା ସଂଶୋଧନ ଆଇନ ୨୦୧୯ ଓ ଜାତୀୟ ନାଗରିକ ପଞ୍ଜିକା ପ୍ରଜ୍ୱଳନ ବିରୋଧରେ ପ୍ରତିବାଦ ଆନେ୍ଦାଳନ ବାମପନ୍ଥୀ ଦଳ ପକ୍ଷରୁ କରାଯାଇଛି । ଗୁରୁବାର କେନ୍ଦ୍ରାପଡା ଜିଲ୍ଲାକାର୍ଯ୍ୟାଳୟ ସମ୍ମୁଖରେ ସି.ପି.ଆଇ(ଏମ୍) ଓ ସି.ପି.ଆଇ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଶତାଧିକ ଲୋକଙ୍କର ଆନେ୍ଦାଳନ ଅନୁÂିତ ହୋଇଯାଇଅଛି । ଏହି ନାଗରିକତା ଆଇନ ଧର୍ମୀୟ ବିଭାଜନ ସୃଷ୍ଟି କରିବା ସହିତ ସମ୍ବିଧାନର ଉଲଂଘନ କରୁଛି ଏବଂ ଏହା ଭାରତର ଧର୍ମ ନିରପକ୍ଷ ଗଣତାନ୍ତ୍ରିକ ଭିତିଭୂମିକୁ ଧ୍ୱଂସ କରିବାକୁ ଉର୍ଦ୍ଧିଷ୍ଟ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ବ୍ୟକ୍ତିର ଧର୍ମକୁ ଆଧାର କରି ନାଗରିକତା ପ୍ରଦାନ ଆମ ଦେଶର ଧର୍ମ ନିରେପେକ୍ଷ ସମ୍ବିଧାନର ମୌଳିକ ନିର୍ଜାସର ବିରୋଧି ଏବଂ ଏହା ସାମ୍ପ୍ରଦାୟୀକ ବିଭାଜନକୁ ତ୍ୱରାନିତ୍ୱ କରିବା ସହ ଦେଶର ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏହାକୁ କାର୍ଯ୍ୟକାରୀ ନ କରିବା ପାଇଁ ଦାବି କରାଯାଇଛି । ଏହି ସମ୍ବିଧାନ ବିରୋଧି ବିଭାଜନକାରୀ ଆଇନକୁ ବିଜୁ ଜନତା ଦଳ ସର୍ମଥନ କରିବା ଫଳରେ ପାରଲିଆମେଂଟରେ ଏହା ଗୃହୀତ ହୋଇଛି । ଏହା ଦ୍ୱାରା ବିଜେଡି ଆର.ଏସ୍.ଏସ୍ ର ଦୁଇ ଜାତୀୟ ତତ୍ୱକୁ ସମର୍ଥନ ଜଣାଇଛି । ନିର୍ବାଚନରେ ବିଜେପି ବିରୋଧରେ ଜନାଦେଶ ପାଇବାପରେ ବିଜେଡି ସଂସଦରେ ବିଜେପିର ସମସ୍ତ ସିଦ୍ଧାନ୍ତ ଓ ଏ ଆଇନକୁ ସମର୍ଥନ କରିବା ହେଉଛି ଓଡିଶା ବାସୀଙ୍କ ରାୟ ପ୍ରତି ବିଶ୍ୱାସଘାତକତା । ଏଣୁ ଭାରତୀୟ ସମ୍ବିଧାନ, ଗଣତନ୍ତ୍ର ଓ ଧର୍ମ ନିରପେକ୍ଷତା ବିରୋଧରେ ଦେଶବ୍ୟାପି ଅନୁÂିତ ଏହି ଆନେ୍ଦାଳନକୁ ସମର୍ଥନ କରି ସି.ପି.ଆଇ(ଏମ୍) ର ନେତା ଉମେଶ ଚନ୍ଦ୍ର ସିଂହ ଙ୍କ ସଭାପତିତ୍ୱରେ ଅନୁÂିତ ସଭାରେ ସି.ପି.ଆଇ(ଏମ୍) ଜିଲ୍ଲା ସଂପାଦକ ଗୟାଧର ଧଳ , ସି.ପି.ଆଇ ଜିଲ୍ଲା ସଂପାଦକ ରମଣି ରଂଜନ ରାଉତରାୟ, ସି.ପି.ଆଇ(ଏମ୍) ର ବରିÂ ନେତା ଜଗତଜୀବନ ଦାସ, ବାବାଜୀ ପରିଡା, କାଳୀ ପ୍ରସାଦ ନାୟକ, ମାଧବ ଦାସ, ଗଙ୍ଗାଧର ମଲ୍ଲିକ, ନୃସିଂହ ତରାଇ, ରବି ମହାକୁଡ, ଅସିତ ମିର୍ଧା, ବଛରାମ ସେଠୀ, ପରିତୋଷ ଗାୟନ, ସି.ପି.ଆଇ ର ବରିÂ ନେତା ବାବାଜି ଧଳ, ସୁବାସିନି ଭଦ୍ର, ସଂଯୁକ୍ତା ରାଉତ, ନନ୍ଦିନି ସ୍ୱାଇଁ, ସରୋଜକାନ୍ତ ସାମଲ , ଆଦିକନ୍ଦ ରାଉଳ, ହୃଷିକେଶ ମହାପାତ୍ର, ମନରଂଜନ ସ୍ୱାଇଁ, ଅଧିକାରୀ ପ୍ରଭାତ ଚନ୍ଦ୍ର ଦାସ, କୁବେର ଚନ୍ଦ୍ର ସାହୁ, ଭଗବତୀ ନାୟକ,ପ୍ରଦିପ୍ତ କୁମାର ରାଉତ ପ୍ରମୁଖ ବକ୍ତବ୍ୟ ରଖିବା ସହିତ ଆନେ୍ଦାଳନର ନେତୃତ୍ୱ ନେଇଥିଲେ ।
Related Stories
November 23, 2024