
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଂଡିତ ନୀଳକଂଠ ଦାସଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି, ମହାନ ସ୍ଵାଧୀନତା ସଂଗ୍ରାମୀ ତଥା ପଞ୍ଚସଖାଙ୍କ ମଧ୍ୟରେ ଅନନ୍ୟ, ସାରସ୍ଵତ ସାଧକ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା ମାଧ୍ୟମରେ ଶିକ୍ଷାର ପ୍ରସାରରେ ତାଙ୍କ ବହୁମୂଲ୍ୟ ଅବଦାନ ଏବଂ ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରୁଥିବା ତାଙ୍କର କାଳଜୟୀ ସୃଜନ ସୃଷ୍ଟିଗୁଡ଼ିକ ପାଇଁ ସେ ସର୍ବଦା ସ୍ମରଣୀୟ।