
ଭୁବନେଶ୍ୱର, ଓଡିଶା ସାହିତ୍ୟ ଏକାଡେମିର ପ୍ରଥମ ସଭାପତି, ଓଡିଶା ବିଧାନସଭାର ପୁର୍ବତନ ବାଚସ୍ପତି ତଥା ଉତ୍କଳ ସମ୍ମିଳନୀର ପୁର୍ବତନ ସଭାପତି ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମ ଦିବସ ଅବସରରେ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ମେଂଚଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରିଥିବା ବେଳେ ସମ୍ମିଳନୀର ଉପ-ସଭାପତି ଡ. ସୁରେନ୍ଦ୍ର ମୋହନ ମିଶ୍ର ଓ ବିଶିଷ୍ଟ ବକ୍ତା ପ୍ରବୀର ମହାନ୍ତି ପଣ୍ଡିତ ନୀଳକଣ୍ଠ ଦାସଙ୍କ ଗୁଣଗାନ କରି କହିଥିଲେ ଯେ, ପଣ୍ଡିତ ନୀଳକଣ୍ଠ ଦାସ ଉତ୍କଳ ଗୈାରବ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ମଧ୍ୟରେ ଏକ ସୁନାର ସେତୁ ଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଶାଖା ସଭାପତି ସୁବ୍ରତ ମହାପାତ୍ର, ସମ୍ପାଦକ ଶିବବ୍ରତ ମହାନ୍ତି, ବରିଷ୍ଠ ପରିଷଦ ସଦସ୍ୟ ପ୍ରସନ୍ନ କୁମାର ରଥ, ବାସନ୍ତୀ ତ୍ରିପାଠୀ, ପ୍ରମୁଖ ବହୁ ସଦସ୍ୟା ସଦସ୍ୟ କାର୍ଯ୍ୟକ୍ରମରେ ଭାଗନେଇ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।