
ଭୁବନେଶ୍ୱର,ଆଜି ଅପରାହ୍ନରେ ହୀରାକୁଦର ଅଧିକ ଗେଟ୍ ଖୋଲିବ ବୋଲି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି, ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ହୀରାକୁଦ ଜଳଭଣ୍ଡାର ଜଳସ୍ଥର ବଢୁଥିବା ରୁ ଗେଟ ଖୋଲିବାକୁ ଜଳସମ୍ପଦ ବିଭାଗ ନିଷ୍ପତ୍ତି ନେଇଛି । ଏବେ ହୀରାକୁଦ ରେ ଜଳସ୍ତର 615.52 ରହିଛି। ମହାନଦୀ ଉପରମୁଣ୍ଡରେ ଗତକାଲି ହୋଇଥିବା ବର୍ଷା ଫଳରେ ଜଳସ୍ତର ବୃଦ୍ଧି ପାଉଛି। ଏବେ ଜଳଭଣ୍ଡାରକୁ 4 ଲକ୍ଷ 80 ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ଦୁଇଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ବରିମୂଳ ଏବଂ ଖାଇରମାଳରେ ଜଳ ପ୍ରବାହ କାମୁଥିବାରୁ ଅପରାହ୍ଣରେ ଖୋଲିବାକୁ ନିଷ୍ପତ୍ତି ହୋଇଛି। ତେବେ ନୂଆ ଗେଟ ଖୋଲାଗଲେ ବନ୍ୟା ସ୍ଥିତି ସେପରି ଉପୁଜିବ ନାହିଁ। ମୁଣ୍ଡଳୀ ରେ ଏବେ ଜଳପ୍ରବାହ 7 ଲକ୍ଷ କ୍ୟୁସେକ ତଳକୁ ଖସିଛି। ଅନ୍ୟପଟେ ରାଜ୍ୟରେ ଏବେ ବନ୍ୟା ସ୍ଥିତି ସାମନ୍ୟ ରହିଛି। ବ୍ରାହ୍ମଣୀ ନଦୀରେ ଯାଜପୁର ଜିଲ୍ଲାରେ ଦୁଇଟି ଘାଇ ହୋଇଛି। ଏହା ବ୍ୟତୀତ ଅନ୍ୟାନ୍ୟ କିଛି ଜିଲ୍ଲାର ତଳିଆ ଅଞ୍ଚଳରେ ପାଣିପଶିଛି। ପ୍ରାୟ ସବୁ ନଦୀ ଜଳସ୍ଥର ଏବେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି।