
ଭୁବନେଶ୍ୱର, ବ୍ରାହ୍ଣଣୀ, ମହାନଦୀ, ବୈତରଣୀରେ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ଅଛି। ବନ୍ୟା ସ୍ଥିତିକୁ ନେଇ ଜଳ ସଂପଦ ସର୍ବୋଚ୍ଚ ଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କୌଣସି ସ୍ଥାନରେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନି। କେବଳ ୨ଟି ସ୍ଥାନରେ ଘାଇ ହୋଇଥିବା ସୂଚନା ମିଳିଛି
ସେ କହିଛନ୍ତି,ରସୁଲପୁରରେ ଛୋଟ ଘାଇ ଓ ତେରମାଣପୁରରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ବର୍ଷା ନଥିବାରୁ ଧୀରେ ଧୀରେ ସବୁ ନଦୀର ଜଳସ୍ତର କମୁଛି। ମୁଣ୍ଡଳିରେ ଜଳ ପ୍ରବାହ ୭ ଲକ୍ଷ ତଳକୁ ଖସିଲାଣି । କେବଳ କେନ୍ଦ୍ରାପଡ଼ା ତଳିଆ ଅଞ୍ଚଳରେ ଅପରାହ୍ନରେ ପିକ୍ ପାସ୍ କରିବ ବୋଲି ସେ କହିଛନ୍ତି ।