
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ସାମ୍ବାଦିକତା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି, ଓଡ଼ିଆ ସାମ୍ବାଦିକତା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା। ଆଜିର ଦିନରେ ଓଡ଼ିଶାର ପ୍ରଥମ ଖବରକାଗଜ ‘ଉତ୍କଳ ଦୀପିକା’ ପ୍ରକାଶିତ ହୋଇଥିଲା। ସମାଜ ତଥା ଲୋକଙ୍କୁ ଜାଗ୍ରତ କରିବାରେ ସତ୍ୟ ଓ ନିରପେକ୍ଷ ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଅସହାୟ ଲୋକଙ୍କ ସ୍ୱର ସାଜିବା ସହ ଓଡ଼ିଆ ସାମ୍ବାଦିକତାକୁ ସମୃଦ୍ଧ କରିଥିବା ପ୍ରତିଟି ବ୍ୟକ୍ତିଙ୍କୁ ଏହି ଅବସରରେ ମୋର ସମ୍ମାନ ଜଣାଉଛି।