
ଭୁବନେଶ୍ଵର, ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଗତ ୨୪ ଘଂଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ହେମଗିରିରେ ସର୍ବାଧିକ ୪୦.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ାରେ ୩୯.୦ ମି.ମି., କୋରାପୁଟ ଜିଲ୍ଲାର ଲମତାପୁଟରେ ୨୬.୦ ମି.ମି., କୋରାପୁଟ ଜିଲ୍ଲାର ନନ୍ଦପୁରରେ ୨୧.୦ ମି.ମି., ମାଲକାନଗିରି ଜିଲ୍ଲାର ମାଥିଲିରେ ୨୦.୦ ମି.ମି., ସମ୍ବଲପୁର ଜିଲ୍ଲାର ଯମନକିରାରେ ୧୯.୦ ମି.ମି., ଝାରସୁଗୁଡ଼ାର କିରମିରାରେ ୧୯.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରପାଲିରେ ୧୮.୨ ମି.ମି., ଯାଜପୁର ଜିଲ୍ଲାର ଯାଜପୁରରେ ୧୮.୦ ମି.ମି., କୋରାପୁଟ ଜିଲ୍ଲାର କୋରାପୁଟରେ ୧୮.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ାରେ ୧୭.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।