ବ୍ରହ୍ମପୁର :ଦିନିକିଆ ବ୍ରହ୍ମପୁର ଗସ୍ତରେ ଅବକାରୀ ବିଭାଗର କମିଶନର ନରସିଂହ ଭୋଳ । ସହରର ସାର୍କିଟ ହାଉସରେ ଅବକାରୀ ବିଭାଗର ଦକ୍ଷିଣାଞ୍ଚଳରେ ରହିଥିବା ୯ଟି ଜିଲ୍ଲାର ଅଧିକାରୀ ମାନଙ୍କୁ ନେଇ ସମୀକ୍ଷା କରିଛନ୍ତି । ଏହି ୯ଟି ଜିଲ୍ଲାରେ ଅବକାରୀ ବିଭାଗ କିଭଳି କାମ କରୁଛି ତାହାର ସମୀକ୍ଷା କରିଛନ୍ତି କମିଶନର । ବିଶେଷ କରି ଗଞ୍ଜେଇ ଚୋରାଚାଲାଣକୁ ରୋକିବା, ବେଆଇନ ମଦ କାରବାର, ଗଞ୍ଜେଇ ଚାଷ ଭଳି ବିଭିନ୍ନ ବିଷୟକୁ ନେଇ କମିଶନର ୯ଟି ଜିଲ୍ଲାର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଗତ ୪ ରୁ ୫ ବର୍ଷ ମଧ୍ୟରେ ସରକାର ଅବକାରୀ ବିଭାଗରେ ଅନେକ ଖାଲି ପଡ଼ିଥିବା ପଦପଦବୀରେ କର୍ମଚାରୀ ନିଯୁକ୍ତି ହୋଇଛନ୍ତି । ଚାରି ବର୍ଷ ମଧ୍ୟରେ ୧୭୦୦ ରୁ ୨୭୦୦ ରେ ପହଞ୍ଚିଛି କର୍ମଚାରୀଙ୍କ ସଂଖ୍ୟା । ବର୍ତ୍ତମାନ ମଧ୍ୟ ୬୦୦ ପଦବୀ ଖାଲି ପଡ଼ିଛି ଆଉ ଏନେଇ ସରକାରଙ୍କୁ ମଧ୍ୟ ଅବଗତ କରାଯାଇଛି । ଗତ ବର୍ଷ ୧୮୪ଟି ଗଞ୍ଜେଇ ଚୋରା ଚାଲାଣ କେସ ରୁଜୁ ହୋଇଥିବା ବେଳେ ଚଳିତ ବର୍ଷର ତିନି ମାସ ମଧ୍ୟରେ ୧୫୯ଟି ମାମଲା ରୁଜୁ ହୋଇସାରିଛି । ଆଉ ଏଥିରୁ ସ୍ପଷ୍ଟ ପ୍ରମାଣ ହେଉଛି ଯେ ବିଭାଗର ଅଧିକାରୀ ମାନେ ମଧ୍ୟ ଆକ୍ଟିଭ ହୋଇ କାମ କରୁଛନ୍ତି । କେବଳ ଗଞ୍ଜେଇ ଚୋରା ଚାଲାଣ ନୁହେଁ ବରଂ ବ୍ରାଉନସୁଗର, ନକଲି ମଦ କାରାବାର, ଗଞ୍ଜେଇ ଚାଷ ଭଳି ବିଭିନ୍ନ କ୍ଷେତ୍ରରେ ଅଭିଯୁକ୍ତଙ୍କୁ ଧରିବାରେ ଅବକାରୀ ବିଭାଗର କର୍ମଚାରୀ ମାନେ ମଧ୍ୟ ପରିଶ୍ରମ କରୁଛନ୍ତି । ଏହାଛଡ଼ା ଖୁବଶୀଘ୍ର ଅବାକରୀ ବିଭାଗରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ କିଭଳି ମାଫିଆ ମାନଙ୍କ ଠାରୁ ରକ୍ଷା ପାଇପାରିବେ ସେ ନେଇ ତାଲିମ ପ୍ରଦାନ କରାଯିବ । ଯେଉଁ ଜିଲ୍ଲା ଗୁଡ଼ିକରେ ଲୋକେ ଗଞ୍ଜେଇ ଚାଷକୁ ପ୍ରଚରୁ ମାତ୍ରରେ କରିଥାନ୍ତି ସେମାନଙ୍କୁ ଅନ୍ୟ କୌଣସି ଚାଷ ପ୍ରତି ମନବଳାଇବା ଓ ସରକାରୀ ପ୍ରତ୍ସାହୋନ ଯୋଗାଇ ଦେବା ନିମନ୍ତେ ମଧ୍ୟ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ସେ ନେଇ ମଧ୍ୟ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଅବକାରୀ ବିଭାଗର କମିଶନର ନରସିଂହ ଭୋଳ ।
Related Stories
November 23, 2024