ହିଞ୍ଜିଳିକାଟୁ :ଓଡିଶା ସରକାର ଙ୍କ ତରଫ ରୁ ନୂଆ ମୋଟର ଯାନ ଆଇନ କଡାକଡ଼ି ଭାବେ କାର୍ଯ୍ୟକାରି ହେବା ପରେ l ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ଭିଡ଼ ଦେଖିବାକୁ ମିଳିଛି l ଏହି କ୍ରମ ରେ ବିଭିନ୍ନ ସଂସ୍ଥା ପକ୍ଷରୁ ନିୟୋଜିତ ଭ୍ରାମ୍ୟମାଣ ଗାଡି ପାଖରେ ଭିଡ଼ ଦେଖିବାକୁ ମିଲିଛି l ହେଲେ ପ୍ରମାଣ ପତ୍ର ଦେବା ପାଇଁ ପ୍ରକୃତ ଯାଞ୍ଚ ହେଉନଥିବା ବେଳେ ମନ ଇଛା ପ୍ରଦୂଷଣ ମାତ୍ରା ଉଲ୍ଲେଖ କରି ଗାଡି ମାଲିକ ମାନଙ୍କୁ ପ୍ରମାଣ ପତ୍ର ଧରାଇ ଦିଆଯାଉଛି l ଏହା ଦେଖିବାକୁ ମିଳିଛି ହିଞ୍ଜିଳିକାଟୁ ସହର ରେ l ହିଞ୍ଜିଳିକାଟୁ ଅସ୍ଥାୟୀ ବସଷ୍ଟାଣ୍ଡ ନିକଟରେ ଗାଡି ମାଲିକ ମାନେ ନିଜ ନିଜ ର ଗାଡି ସହ ଭିଡ଼ ଜମିବା ରେ ଲାଗୁଛି ହେଲେ ସମସ୍ତ ଙ୍କ ମନ ରେ ଜରିମାନା ର ଭୟ ଥିବାରୁ l ପ୍ରଦୂଷଣ ପ୍ରମାଣ ପତ୍ର ଟି ପାଇଁବା ପାଇଁ ଉଦ୍ୟମ କରୁଛନ୍ତି l ଯାହାର ଫାଇଦା ସଂପୃକ୍ତ ସଂସ୍ଥା ଉଠାଉଛି l ସରକାରୀ ନିୟମ ଅନୁସାରେ ଗାଡି ରୁ କେତେ ପରିମାଣ କାର୍ବନ ମନୋକ୍ସସାଇଡ ଓ ହାଇଡ୍ରେlକାର୍ବନ ନିର୍ଗତ ହେଉଛି ତାହାର ଯାଞ୍ଚ କରି ଏହାର ମାତ୍ରା କୁ ପ୍ରମାଣ ପତ୍ର ରେ ଉଲ୍ଲେଖ କରାଯାଇଥାଏ l ହେଲେ ସଂପୃକ୍ତ ସଂସ୍ଥା ଏହାର ଯାଞ୍ଚ କରୁନଥିବା ଦେଖିବାକୁ ମିଳିଛି l କେବଳ ଗାଡି ର ନମ୍ବର ପକାଇ ନିର୍ଦିଷ୍ଟ ଏକମାତ୍ର ଗ୍ୟାସ ପାଇଁ ଦିଅଯାଉଛି l
Related Stories
November 21, 2024
November 21, 2024