
ଭୁବନେଶ୍ୱର, ଲଗାଣ ବର୍ଷା ତଥା ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲାର ୩ ଟି ବ୍ଲକ୍ ରେ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । କେନ୍ଦ୍ରାପଡ଼ାର ମାର୍ଶାଘାଇ, ଗରଦପୁର ଓ ମହାକାଳପଡ଼ା ବ୍ଲକ ରେ କାଲି ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରହିବ । ଆଜି ଦିନ ୧ଟା ୩୦ରୁ କାଲି ଯାଏ ସ୍କୁଲ୍ ଛୁଟି ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହାସହ କାଲି ଏହି ୩ ବ୍ଲକ୍ ରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।