
ଭୁବନେଶ୍ୱର, କଟକରେ ଜାଇକା ପ୍ରକଳ୍ପ କାର୍ଯ୍ୟର ଅହେତୁକ ବିଳମ୍ବ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ହିନ୍ଦୁ ସେନା ସଭାପତି ଦେବାଶିଷ ରାଉତଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । କେତେ ସମୟ ମଧ୍ୟରେ ଜାଇକା ସ୍ୱେରେଜ ଓ ବକ୍ସ ଡ୍ରେନ ପ୍ରକଳ୍ପ କାର୍ଯ୍ୟ ଶେଷ କରିବ, ଏହି ପ୍ରକଳ୍ପ ଯୋଗୁଁ କେତେ ଲୋକଙ୍କ ଜୀବନ ଯାଇଛି, ମୃତକଙ୍କ ପରିବାରକୁ କେତେ କ୍ଷତିପୂରଣ ଦିଆଯାଇଛି ଜାଇକା କର୍ତୃପକ୍ଷ ଜବାବ ଦିଅନ୍ତୁ ବୋଲି ଆବେଦନକାରୀଙ୍କ ପକ୍ଷରୁ ମାମଲା କରାଯାଇଛି ।ଏହି ମାମଲାରେ ନଗର ଉନ୍ନୟନ ସଚିବ, ଜାଇକା ମୁଖ୍ୟ ଯନ୍ତ୍ରୀ, କଟକ ମହାନଗର ନିଗମ ଓ କଟକ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆଇନଜୀବୀ ପଦ୍ମାଳୟା ମହାପାତ୍ର ମାମଲା ପରିଚାଳନା କରୁଛନ୍ତି ।