କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଆଗାମୀ ୯ ତାରିଖ ବୁଧବାର ଶ୍ରୀମନ୍ଦିର ରତ୍ନ ସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କ ଶ୍ରୀମୁଖ ସିଂହାର (ବନକଲାଗି) ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଦତ୍ତମହାପାତ୍ର ସେବକଙ୍କୁ ପୁଣିଥରେ ଚିଠି ଲେଖିଛି ମନ୍ଦିର ପ୍ରଶାସନ।ମାସକୁ ୪ଥର ପ୍ରତ୍ୟେକ ବୁଧବାର ଶ୍ରୀଜୀଉଙ୍କ ବନକଲାଗି ପାଇଁ ୨୦୧୮ରେ ଅନୁଷ୍ଠିତ ବୈଠକରେ ସ୍ଥିର କରାଯାଇଥିଲା । ତେବେ ଗତ ଜୁଲାଇ ୧ ତାରିଖ ନୀଳାଦ୍ରି ବିଜେଠାରୁ ଏପର୍ଯ୍ୟନ୍ତ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରିନାହିଁ । ଶାସ୍ତ୍ରୀୟ ମତ ନୁଯାୟୀ ବୁଧବାର ଶ୍ରୀଜୀଉଙ୍କ ବନକଲାଗି କରାଯିବା ବିଧି ରହିଛି। ଏଥିପାଇଁ ଆବଶ୍ୟକ ଉପକରଣ ମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ। ବୁଧବାରରେ ଶୁକ୍ଳ,କୃଷ୍ଣ ଓ ତବର୍ଣ୍ଣରେ ମଣ୍ଡନ ରିବ ବୋଲି ଶ୍ରୀବାମଦେବ ସଂହିତା ପୁସ୍ତକରେ ଉଲ୍ଲେଖ ରହିଛି । ଯଦି ସମୟ ଅଭାବରୁ ଏହି କାର୍ଯ୍ୟ ସେଦିନ ହୋଇନପାରେ ଗୁରୁବାରରେ କରିବାକୁ କୁହାଯାଇଛି । ସେହିପରି ଶ୍ରୀମୁଖ ଣ୍ଡନ ମୟରେ ଅନ୍ୟ କେହି ସେଠାକୁ ଯିବେ ନାହିଁ କିମ୍ବା ଦେଖିପାରିବେ ନାହିଁ । ବନକଲାଗି ପରେ ଦାରୁବ୍ରହ୍ମଙ୍କୁ ମହାସ୍ନାନ ସହ ଆଭୂଷଣ (ବେଶ)କରାଯିବା ଉଲ୍ଲେଖ ରହିଛି । ବିଭିନ୍ନ ପ୍ରାକୃତିକ ରଙ୍ଗରେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ଶ୍ରୀମୁଖ ସିଂହାର କରାଯାଏ।ବନକଲାଗିରେ କସ୍ତୁରୀ, କର୍ପୁର, ହିଙ୍ଗୁଳ, ହରିତାଳ, ଶଙ୍ଖ ଆଦି ବ୍ୟବହାର କରାଯାଇଥାଏ । ଗୁରୁବାର ଏହି ନୀତି କରିବାକୁ ଦତ୍ତମହାପାତ୍ର ସେବକ ଜିଦ୍ ରିଥିବାବେଳେ ବୁଧବାର ପାଇଁ ମନ୍ଦିର ପ୍ରଶାସନ ଚିଠି ପରେ ଚିଠି ଲେଖି ଚାଲିଛି । ଉଭୟ ନିଜ ଜିଦ୍ରେ ଅଟଳ ଥିବାରୁ ଶ୍ରୀଜୀଉଙ୍କ ବନକଲାଗି ସେବା ବନ୍ଦ ରହିଛି । ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଗତ ମାସ ୧୮ ତାରିଖ ଦିନ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
୧୯ ତାରିଖ ବୁଧବାର ବନକଲାଗି ନୀତିକରାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ । ଦତ୍ତମହାପାତ୍ର ସେବକ ସେଦିନ ବନକଲାଗି ପାଇଁ ଯାଇ ନଥିଲେ । ତେଣୁ ଗତ ମାସ ୨୬ ରିଖ ବୁଧବାର ଶ୍ରୀଜୀଉଙ୍କ ଏହି ନୀତି ସମ୍ପନ୍ନ କରିବାକୁ ମନ୍ଦିର ପ୍ରଶାସନ ପରାମର୍ଶ ଦେଇଥିଲା। ଗୁରୁବାର ବନକଲାଗି ପାଇଁ ଦତ୍ତମହାପାତ୍ର ନିଯୋଗ ଦେଇଥିବା ଲିଖି ଯୁକ୍ତିକୁ ପ୍ରଶାସନ ଅଗ୍ରାହ୍ୟ କରିଥିଲା । ଏହାସତ୍ତ୍ୱେ ଦତ୍ତମହାପାତ୍ର ଗତ ବୁଧବାର ଶ୍ରୀଜୀଉଙ୍କ ବନକଲାଗି କରିନଥିଲେ। ଏ ସମ୍ପର୍କରେ ଆଲୋଚନା ପାଇଁ ଗତ ଶୁକ୍ରବାର ଶ୍ରୀମନ୍ଦିର ନୀତି ସବକମିଟି ବୈଠକ ବସିଥିଲେ ଧ୍ୟ ସେଥ୍ରେ ସମାଧାନର ବାଟ ବାହାରି ନଥିଲା । ଚଳିତ ମାସ ୨ରେ ପରିଚାଳନା କମିଟି ବୈଠକ ବସିବା କାର୍ଯ୍ୟକ୍ରମ ରହିଥିଲା। ବିଭିନ୍ନ କାରଣ ଯୋଗୁ ଏହି ବୈଠକ ସ୍ଥଗିତ ରଖାଯାଇଛି।ଆଗାମୀ ୯ ତାରିଖ ଶ୍ରୀଜୀଉଙ୍କ ବନକଲାଗି ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପୁଣି ଥରେ ଦତ୍ତମହାପାତ୍ର କଙ୍କୁ ଅନୁରୋଧ କରାଯାଇଛି । ସେଦିନ ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର କରିବାକୁ ଦତ୍ତମହାପାତ୍ର ରାଜି ହୋଇଥିବା ସୂଚନା ମିଳିଛି ।
Related Stories
November 23, 2024