ବ୍ରହ୍ମଗିରି, ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ତିନିକୁଦି ବାଲିକେରା ଠାରେ ଭାର୍ଗବୀ ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ ଦାବିରେ ତିନୋଟି ଗ୍ରାମ ପଞ୍ଚାୟତ ର ଶତାଧିକ ଲୋକ ଓ ଛାତ୍ର ଛାତ୍ରୀ ମାନେ ପୁରୀ ସାତପଡ଼ା ଜାତୀୟ ରାଜପଥ ର ରେଣ୍ଢା ଛକ ଠାରେ ରାଜପଥ କୁ ଅବରୋଧ କରିଛନ୍ତି। ଫଳରେ ଗାଡ଼ି ମୋଟର ଉଭୟ ପଟେ ଅଟକି ରହିଛି | ଝିପ୍ ଝିପ୍ ବର୍ଷା ସତ୍ୱେ ଆନ୍ଦୋଳନକାରୀମାନେ ରାସ୍ତା ଉପରେ ବସି ରହିଛନ୍ତି। ଘଟଣା ସ୍ଥଳରେ ସଦର ଏସ ଡି ପିଓ ପହଞ୍ଚି ଆନ୍ଦୋଳନ କାରି ଙ୍କ ସହ ଆଲୋଚନା ଜାରି ରଖିଛନ୍ତି। 2014 ମସିହା ରୁ ଏହି ସ୍ଥାନରେ ଏକ ବିଜୁ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା | ଦୁଇଟି ଖୁଣ୍ଟ ରେ ଦଶ ବର୍ଷ ଧରି ଅଟକି ରହିଛି। ଗତ କିଛି ଦିନ ତଳେ ଏଠାରେ ଥିବା କାଠ ସେତୁ ଟି ଛାତ୍ର ଛାତ୍ରୀ ମାନେ ସ୍କୁଲ ଯାଉଥିବା ସମୟରେ ଭାଙ୍ଗି ଯିବାରୁ ଅଳ୍ପକେ 20 ଜଣ ଛାତ୍ର ଛାତ୍ରୀ ରକ୍ଷା ପାଇ ଯାଇଥିଲେ ।ରାଜ୍ୟ ସରକାର, ଜିଲ୍ଲାପ୍ରଶାସନ, ପି. ଡବ୍ଲୁ. ଡି, ବିଭାଗ ଦୃଷ୍ଟି ଦେବାକୁ ଦାବୀ ହେଉଛି |
Related Stories
November 22, 2024