ବଲାଙ୍ଗିର ,ବଲାଙ୍ଗିର ଜିଲ୍ଲାରେ ଦୁଇଦିନ ହେଲା ଲଗାଣ ବର୍ଷା ଲାଗି ରହିଛି। ପାଣି ପାଗ ର ପୂର୍ବାନୁମାନ ରେ ରାଜ୍ୟ ରାଜସ୍ବ କମିଶନର ଲାଲ ଅଞ୍ଚଳ ରୂପେ ଘୋଷଣା ପରେ ଆଜି ଦିନକୁ ବଲାଙ୍ଗିର ଜିଲ୍ଲାପାଳ ସରକାରୀ ବେସରକାରୀ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ମାନଙ୍କ ପାଇଁ ଛୁଟି ଘୋଷଣା କରିଛନ୍ତି।ଏହି ଅଞ୍ଚଳ ରେ ଅଗଷ୍ଟ ପହିଲା ଦିନ ଠାରୁ ବର୍ଷା ଲାଗି ରହିଛି ଫଳରେ ନାହିଁ ନଥିବା ଅସୁବିଧା ଦେଖା ଯାଇଛି। ରାତି ତମାମ ବର୍ଷା ଲାଗି ରହିଥିଲା ବେଳେ ତଳି ଅଞ୍ଚଳ ଜଳ ମଗ୍ନ ହୋଇଛି।
ବଲାଙ୍ଗିର ସହର ଶାନ୍ତିପଡ଼ାର ପଂଜାବୀ ଗଳି ଦେଇ ଖର୍ସେଲ୍ପଡ଼ାକୁ ଯାଇଥିବା ରାସ୍ତାର ଅବସ୍ଥା ୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ଖର୍ସେଲ୍ ଡଙ୍ଗର ତଳୁ ବୋହି ଆସୁଥିବା ପାଣି ଏବେ କାଳ ସାଜିଛି ଏହି ଅଂଚଳବାସୀଙ୍କ ପାଇଁ । ଆଗରେ ରହିଥିବା ପୋଲ ସଂକୁଚିତ ହୋଇଯିବା ଫଳରେ ବର୍ଷା ପାଣି ତଳମୁଣ୍ଡକୁ ଯାଇ ପାରୁନଥିବା ବେଳେ ଏଠାରେ ଏବେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଏଠାରେ ଥିବା ବାସଗୃହ ଭିତରେ ମଧ୍ୟ ଆଂଠୁଏ ଲେଖାଏ ପାଣି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଂଚଳବାସୀ । ଅନେକ ସ୍ଥାନରେ ରାସ୍ତା ଉପରେ ଜଳ ପ୍ରଭାବିତ ହେଉଥିବାରୁ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଜିଲ୍ଲା ପ୍ରଶାସନ ମୁନ୍ସିପଲ୍ଟୀ ଉଦ୍ଧାରକାରୀ ଦଳ ଲାଗି ଥିବା ବେଳେ ଜିଲ୍ଲାପାଳ ଓ ନଗରପାଲ ନିଜେ ଅନେକ ସ୍ଥାନରେ ଲୋକଙ୍କ ପାଖରେ ସାହାଯ୍ୟ ପହଞ୍ଚେଇବାର ଉଦ୍ୟମ କରୁଥିବା ଦେଖା ଯାଉଛି।