ମାଲକାନଗିରି, ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ସ୍ଥିତ ଦର୍ଲା ବେଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବାର୍ଷିକ ଛାତ୍ର ଛାତ୍ରୀଙ୍କ ମହା ସମାରହ ରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଓଡିଶା ସରକାର ଙ୍କ ଶିକ୍ଷା ବିଭାଗ ତରଫରୁ ସ୍ୱାଭିମାନ ଅଞ୍ଚଳ ରେ କୈଣସି କଳା ଉଚ୍ଚ ବିଦ୍ୟାଳୟ ନ ଥିବାରୁ ନୂତନ ଭାବରେ ଖୋଲା ଯାଇଥିବା ଏହି ବିଦ୍ୟାଳୟ ରେ ପ୍ରଥମ ପର୍ଯ୍ୟାରେ 42 ଜନ ଛାତ୍ର ଛାତ୍ରୀ ନାମ ଲେଖାଯାଇଥିବା ବେଳେ ଛଅ ଜନ ଗ୍ୟାଷ୍ଟ ଫିକ୍ୟୁଲିଟି ଲେକଚର ମାନଙ୍କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅରୁଣ କୁମାର ସାହୁ ନିଯୁକ୍ତି ପ୍ରଦାନ କରିଛନ୍ତି l
ଏହି ପ୍ରବେଶ ଉତ୍ସବ ଅବସର ରେ ଜିଲ୍ଲା ପରିଷଦ ଅଧକ୍ଷା ସମାରି ତାଂଗୁଲ ମୁଖ୍ୟ ଅତିଥି, ସମ୍ମାନୀୟ ଅତିଥି ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ, ବ୍ଲକ ଶିକ୍ଷା ଅଧିକାରୀ ସୁ ଶ୍ରୀ ଗାୟତ୍ରୀ ଦେବୀ, ଯୋଡାମ୍ବ ସରପଞ୍ଚ ପିଙ୍କି ହନ୍ତାଳ, ରାଲେଗଡା ସରପଞ୍ଚ କମଳୁ ହନ୍ତାଳ, ପଣସପୁଟ ସରପଞ୍ଚ ଅର୍ଜୁନ ହନ୍ତାଳ, ନନ୍ଦ କିଶୋର ମୁଦୁଲି, ହରି ମହନ ଖିଲ ଯୋଗଦାନ କରି ନିଜ ନିଜର ଅଭିଭାଷଣ ପ୍ରଦାନ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ l
ଗ୍ରାମର ଶତାଧିକ ଅଧିବାସୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦାନ କରିଥିଲେ!ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧକ୍ଷା ଓ ବ୍ଲକ ଅଧକ୍ଷା ଏହି କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ l ପରି ଶେଷରେ ନୂତନ କରି ପ୍ରବେଶ କରିଥିବା ଛାତ୍ରଛାତ୍ରୀ ଓ ଗ୍ୟାଷ୍ଟ ଫେକୁଲିଟି ଶିକ୍ଷକ ମାନେ ନିଜ ନିଜର ଅଭିମତ ପ୍ରକାଶ କରିଥିଲେ l ଏତଦ ବ୍ୟତୀତ ଦର୍ଲା ବେଡା ଗ୍ରାମରେ ଜନ୍ମିତ ପୋଲିସ ଅଫିସର ଲକ୍ଷ୍ମୀ ମୁଦୁଲି (ବଣ୍ଟି )ଏହି ଅଞ୍ଚଳ ର ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଲାଭ କରି ଆଗକୁ ବଢିବା ପାଇ ପରମର୍ଶ ଦେଇଥିଲେ l
ସଭା ପରିଚାଳନା କରିଥିଲେ ସହକାରୀ ବ୍ଳକ ଶିକ୍ଷାଧିକାରୀ ଅଞ୍ଜନ ଚୌଧୁରୀ l ବସନ୍ତ ତାଂଗୁଲ ଓ ସମସ୍ତ ଶିକ୍ଷକ ସହଯୋଗ କରିଥିଲେ l ପରିଶେଷରେ ଶିକ୍ଷାଧିକାରୀ ସୁ ଶ୍ରୀ ଗାୟତ୍ରୀ ଦେବୀ ଓ ପ୍ରଧାନ ଶିକ୍ଷକ ଅରୁଣ କୁମାର ସାହୁ ସବୁ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଳ