ବାରିପଦା, ମୟୁରଭଂଜ ଜିଲ୍ଲାରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରି ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହି ମାମଲାରେ 8 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ବଜ୍ରକାପ୍ତାକୁ ବିକ୍ରି କରିବା ପାଇଁ ଡିଲ ଚାଲିଥିବା ସମୟରେ ବନବିଭାଗ ଟିମ ଚଢ଼ାଉ କରିଥିଲା। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ଓ ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ମିଳିତ ଚଢାଉ କରାଯାଇଛି। ରାଇରଙ୍ଗପୁର ଠାରେ ଥିବା ଏକ ଲଜ୍ ରେ ଚଢ଼ାଉ କରି ଘଟଣାରେ ସମ୍ପୃକ୍ତ ଥିବା ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ଗୋଟିଏ ବୋଲୋରୋ ଗାଡି, ଗୋଟିଏ ସ୍କୁଟି ଓ ୮ଟି ମୋବାଇଲ ଫୋନ ଜବତ କରାଯାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ଉପନିର୍ଦେଶକ ଏହି ସୂଚନା ଦେଇଛନ୍ତି। ବଜ୍ରକାପ୍ତାକୁ ଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ବନ ବିଭାଗକୁ ଖବର ମିଳିଥିଲା। ବିକ୍ରି ମୂଲଚାଲ ସମୟରେ ବନବିଭାଗ ପୂର୍ବ ସୂଚନା ଅନୁସାରେ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ଉକ୍ତ ସଫଳତା ପାଇଛି।
Related Stories
November 22, 2024