ଗୁରୁଗ୍ରାମ, ହରିଆଣାର ମେୱାତରେ ହୋଇଥିବା ହିଂସାରେ ଗୁରୁତର ଭାବେ ଆହତ ହୋଇଥିବା ବଜରଙ୍ଗ ଦଳର ସଂଯୋଜକ ପ୍ରଦୀପ ଶର୍ମାଙ୍କ ଆଜି ଦିଲ୍ଲୀର ସଫଦରଜଙ୍ଗ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଗତ ଜୁଲାଇ 31 ତାରିଖ ଦିନ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବୃଜମଂଡଳକ ଜଳାଭିଷେକ ଯାତ୍ରା ବେଳେ ଭୀଡ ଦ୍ୱାରା ଅପ୍ରତ୍ୟାଶିତ ଭାବେ ଯାତ୍ରାରେ ସାମିଲ ଥିବା ଭକ୍ତ ମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା ।
ଅନ୍ୟ ପକ୍ଷରେ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଗୁରୁଗ୍ରାମ ଟିକଲୀ ରୋଡ ବାଦଶାହପୁର ଠାରେ ହିଂସା ହୋଇଛି । ପୋଲିସ ଏହି ମାମଲାର ଜାଂଚ କରୁଥିବା ଜଣା ପଡିଛି ।
ନୁହଁର ଡେପୁଟି କମିଶନର ପ୍ରଶାନ୍ତ ପୱାର କହିଛନ୍ତି ଯେ ବୃଜ ମଂଡଳ ଧାର୍ମିକ ଯାତ୍ରାରେ ହୋଇଥିବା ହିଂସା ମାମଲାରେ ବର୍ତମାନ ସୁଦ୍ଧା 116 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସରିଛି । ଏହି ମାମଲାରେ ମୋଟ 66ଟି ଏଫଆଇଆର ପଂଜିକୃତ ହୋଇଛି ।