
ନୂଆଦିଲ୍ଲୀ, ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ହୋଇଥିବା ଦୁର୍ଘଟଣାରେ ଅନେକ ଲୋକ ହତାହତ ହେବା ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ଶୋକ ବ୍ୟକ୍ତ କରି କହିଛନ୍ତି ଯେ ଠାଣେ ଜିଲ୍ଲାରେ ହୋଇଥିବା ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହେବା ଖବର ପାଇଁ ମୋତେ ଗଭୀର ଦୁଃଖ ହୋଇଛି । ଶୋକ ସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା । ଆହତ ହୋଇଥିବା ଲୋକ ମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି ।