ଭୁବନେଶ୍ୱର – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ଓଡ଼ିଶା ରାଜ୍ୟ ଔଷଧ ନିଗମ ପରିସରରେ ଥିବା ରାଜ୍ୟ ଖାଦ୍ୟ ପରୀକ୍ଷଣ ବିଜ୍ଞାନଗାରର ନବୀକରଣ ସହିତ ନୂତନ ଭାବେ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି ।
ଭାରତୀୟ ଖାଦ୍ୟ ନିରାପତା ଏବଂ ମାନକ କର୍ତୃପକ୍ଷ, ଫାସାଇ, କେନ୍ଦ୍ରୀୟ ଯୋଜନାରେ ରାଜ୍ୟରେ ଥିବା ରାଜ୍ୟ ଖାଦ୍ୟ ପରୀକ୍ଷଣ ବିଜ୍ଞାନଗାରର ନବୀକରଣ କରାଯାଇଛି । ଏହି ଯୋଜନାରେ ବିଜ୍ଞାନଗାରର ଭିତିଭୂମିର ଉନ୍ନତି ସହ ୩ଟି ନୂତନ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଯାଇଛି ।
ସେଗୁଡ଼ିକ ମଧ୍ୟରେ ଆଇ.ସି.ପି.-ଏମଏସ ମାଧ୍ୟମରେ ଖାଦ୍ୟ ଓ ଜଳରେ ଥବବା ହେଭି ମେଟାଲସ୍ ଯଥା, କପର, ଲିଡ଼୍, କାଡ଼ାମିୟମ, ମର୍କୁରୀ, ମିଥାଇଲ, ମର୍କୁରି, ଜିଙ୍କ୍, ଷ୍ଟାନ୍ସ, ନିକେଲ୍ କ୍ରୋମିୟମ୍ ଓ ଆର୍ସେନିକ୍ର ଉପସ୍ଥିତି ତଥା ଏହାର ପରିମାଣ ଜଣାପଡ଼ିବ । ଏଲସି-ଏମଏସ ଦ୍ୱାରା ଖାଦ୍ୟ ଓ ଜଳରେ କେଉଁ କେଉଁ କୀଟନାଶକ, ଆଂଟିବାୟୋଟିକ୍ସ, ଭିଟାମିନସ ରହିଛି, ତାହାର ଉପସ୍ଥିତି ଓ ପରିମାଣ ବିଷୟରେ ଜଣାପଡ଼ିବା ସହ ଜି,ସ୍-ଏମଏମ ଦ୍ୱାରା ଖାଦ୍ୟରେ ଉପସ୍ଥିତ ଥିବା କୀଟନାଶକ ଏବଂ ଫ୍ୟାଟ୍ ପ୍ରୋଫାଇଲସ ମନୋ-ଅନସାରଚୁରେଟେଡ଼, ପଲି-ଅନସାରଚୁରେଟେଡ଼ ଓ ଟ୍ରାନ୍ସଫ୍ୟାଟସର ଉପସ୍ଥିତି ସମ୍ପର୍କରେ ତଥ୍ୟ ମିଳିପାରିବ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ ବିଜ୍ଞାନଗାର ଓ ନୂତନ ଯନ୍ତ୍ରପାତି ବୁଲି ଦେଖିଥିଲେ । ପରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିଲେ ଯେ ସରକାର ରାଜ୍ୟରେ ଖାଦ୍ୟ ଓ ପାନୀୟ ଜଳର ଶୁଦ୍ଧତା ଓ ଗୁଣବତା କ୍ଷେତ୍ରରେ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି । ଏବେ ଏହି ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ୱାରା ପରୀକ୍ଷଣ ବ୍ୟବସ୍ଥା ଆହୁରି ସହଜ ଓ ସୁବିଧା ଜନକ ହୋଇପାରିବ ।
କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିଦେ୍ର୍ଧଶକ ଯାମନୀ ଷଡ଼ଙ୍ଗୀ, ରାଜ୍ୟ ଖାଦ୍ୟ ନିରାପତା ନିଦେ୍ର୍ଧଶକ ଡା. ପ୍ରଦୀପ କୁମାର ମହାପାତ୍ର, ଖାଦ୍ୟ ନିରାପତା ଯୁଗ୍ମ କମିଶନର ସୁମନ ସୁନ୍ଦର ରାୟ, ଖାଦ୍ୟ ବିଶ୍ଳେଷେକ ଡା. କୁମୁଦ ସାହୁ, ଖାଦ୍ୟ ନିରାପତା ଅଧିକାରୀ ସତ୍ୟଜିତ୍ ପଟେଲ୍ ପ୍ରମୁଖ ଉପସ୍ଥିତ ଥିଲେ ।