ବଲାଙ୍ଗିର, ବଲାଙ୍ଗିର ସିଭିଲ୍ କୋର୍ଟ ପରିସରରେ ଆଜି ସକାଳ ୯ଟା ୩୦ ମିନିଟ ସମୟରେ ସ୍ପେଶାଲ ପେପରଲେସ୍ କୋର୍ଟ ଉଦ୍ଘାଟିତ ହୋଇଯାଇଛି । ଆଭାସି ମାଧ୍ୟମରେ ଏହାକୁ ଉଦ୍ଘାଟନ କରିଛନ୍ତି ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡ.ଜଷ୍ଟିସ୍ ଏସ୍. ମୁରଲୀଧର, ବଲାଙ୍ଗିର ସିଭିଲ୍ କୋର୍ଟ ପରିସରରୁ ଜିଲ୍ଲା ଓ ଦୌରାଜଜ୍ ଲାଲାଟେନ୍ଦୁ ଜେନା, ସ୍ପେଶାଲ ଜଜ୍ (ଭିଜିଲାନ୍ସ) ମଳୟ ରଞ୍ଜନ ଦାଶ, ସିଭିଲ୍ କୋର୍ଟ ରେଜିଷ୍ଟାର ଚରଣଜିତ୍ ଓରାମ୍ ଓ ଅନ୍ୟାନ୍ୟ ବିଚାରପତି ପ୍ରମୁଖ ଯୋଗ ଦେଇଥିଲେ ।
ପ୍ରକାଶ ଥାଉକି, ଓଡିଶାର ୭ଟି ଜିଲ୍ଲାରେ ୫୦ଟି କୋର୍ଟକୁ ପେପରଲେସ୍ କରାଯାଇଛି । ସିଷ୍ଟମ ଅଫିସର ଅନିଲ ଦାସ୍, ସିଷ୍ଟମ ଆସିଷ୍ଟାଣ୍ଟ ହିମାଂଶୁ ରାଏ, କୋର୍ଟ ମ୍ୟାନେଜର ସୁମନ ଆଚାର୍ଯ୍ୟ, ଉପପ୍ରଶାସକ ଶୁଭ୍ରାଂଶୁ ବାଗ, ସହକାରୀ ପ୍ରଶାସକ ସୁବ୍ରତ କୁମାର ମିଶ୍ର, ସୁଜିତ କୁମାର ସ୍ଵାଇଁ, ଭି.ସି. କୋଡିନେଟର୍ କିରଣ ପ୍ରଧାନ ଓ ହର୍ଷବର୍ଦ୍ଧନ ସିଂଦେଓ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।