
ଭୁବନେଶ୍ୱର, ଅଖିଳ ଭାରତ କଂଗ୍ରେସ କମିଟି ନିଷ୍ପତି ଅନୁଯାୟୀ ରାଜ୍ୟର ସମସ୍ତ ୫୭ଟି ଅନୁସୂଚିତ ଜାତି ଓ ଜନଜାତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସଂଗଠନକୁ ସୁଦୃଢ଼ କରି ନୂତନ ଓ ଦକ୍ଷ ନେତୃତ୍ୱ ସୃଷ୍ଟି କରିବା ଓ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ଲୋକମାନଙ୍କୁ କଂଗ୍ରେସ ସହିତ ଅଧିକରୁ ଅଧିକ ଯୋଡ଼ିବା ପାଇଁ ଜିଲ୍ଲା ସ୍ତରରୁ ବୁଥ୍ ସ୍ତର ପର୍ଯ୍ୟନ୍ତ ସଂଗଠନକୁ ସୁଦୃଢ଼ କରିବା ନିମନ୍ତେ ୫୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରସ୍ତାବ କ୍ରମେ ଅଖିଳଭାରତ କଂଗ୍ରେସ କମିଟି ଅନୁମୋଦନ କରିଛନ୍ତି । ଅଖିଳ ଭାରତ କଂଗ୍ରେସ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ବର୍ଗ ବିଭାଗର ରାଷ୍ଟ୍ରୀୟ ସଂଯୋଜକ କେ. ରାଜୁଙ୍କ ନିର୍ଦ୍ଦେଶକ୍ରମେ ଅନୁସୂଚିତ ଜାତି ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜେଶ ଲିଲୋଠିଆ ୨୪ଗୋଟି ଅନୁସୂଚିତ ଜାତି ବର୍ଗର ବିଧାନସଭାନିର୍ବାଚନ ମଣ୍ଡଳୀ ପାଇଁ ଓ ଅନୁସୂଚିତ ଜନଜାତି ବର୍ଗର ୩୩ଗୋଟି ଜନଜାତି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶିବାଜୀ ରାଓ ମୋଘେ ସଂଯୋଜକ ନିଯୁକ୍ତି କରିଛନ୍ତି ।
୨୪ଗୋଟି ଅନୁସୂଚିତ ଜାତି ବର୍ଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ସଂଯୋଜକମାନେ ହେଲେ ଖଲ୍ଲିକୋଟ୍-ପୂର୍ଣ୍ଣଚନ୍ଦ୍ର ସାହୁ, ଛତ୍ରପୁର-ଚକ୍ରପାଣି ପଲାଇ, ରେମୁଣା-ଘନଶ୍ୟାମ ବେହେରା, ସୋର-ସୁବ୍ରତ ପ୍ରଧାନ, ଅତାବିରା-ରମେଶ ଚନ୍ଦ୍ର ପଣ୍ଡା, ଧାମନଗର-ଭାସ୍କର ପାକଲ, ଜୟଦେବ-ମନୋରଞ୍ଜନ ମିଶ୍ର, ବୀରମହାରାଜପୁର-ଗୋକୁଳାନନ୍ଦ ସାହୁ, ଲୋଇସିଂହା-ମନମୋହନ ପଟେଲ୍, କଟକ ସଦର-ରାଜେଶ କୁମାର ସ୍ୱାଇଁ, ନିଆଳୀ-କେଦାରନାଥ ସାହୁ, ହିନ୍ଦୋଳ-ପବିତ୍ର ମୋହନ ପଟ୍ଟନାୟକ, ରଘୁନାଥପାଲ୍ଲି-ପ୍ରଫୁଲ୍ଲ ପରିଜା, ରେଙ୍ଗାଲୀ-ଦୁର୍ଗାଶଙ୍କର ବାଗ୍, ଆନନ୍ଦପୁର-ଦୁର୍ଗାଚରଣ ଟୁଡ଼ୁ, ବଡ଼ସାହି-ଗୌରହରି ସିଂହ, ଛେଣ୍ଡିପଦା-ତପନ କୁମାର ସାହୁ, ବିଞ୍ଝାରପୁର-ମହେଶ୍ୱର ଦାସ, ଭବାନୀପାଟଣା-ସୁଦର୍ଶନ ବିଶ୍ୱାଳ, କେନ୍ଦ୍ରାପଡ଼ା-ଅଜିତ୍ ମହାପାତ୍ର, ତିର୍ତୋଲ୍-ସଦାମ ହୁସେନ୍, କାକଟପୁର-ଜିତେନ୍ଦ୍ର କୁମାର ନାଏକ, ଦଶପଲ୍ଲା-ଲୁଲୁ ପରିଡ଼ା, କୋରାପୁଟ-ପୂର୍ଣ୍ଣଚନ୍ଦ୍ର ପାଙ୍ଗୀ ।
ସେହିପରି ୩୩ଗୋଟି ଅନୁସୂଚିତ ଜନଜାତି ବର୍ଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ସଂଯୋଜକମାନେ ହେଲେ – ତଳସେରା-ପର୍ଶୁରାମ ସରଫ୍, ସୁନ୍ଦରଗଡ଼-ସନତ୍ ପ୍ରଧାନ, ବିରମିତ୍ରପୁର-ବିକ୍ରମ କୁମାର ପଟ୍ଟନାୟକ, ରାଜଗାଙ୍ଗପୁର-ଅରୁଣ କୁମାର ସାମଲ, ବଣେଇ-କର୍ମବୀର ଦାସ, କୁଚିଣ୍ଡା-ବିରେନ୍ଦ୍ର ମହାକୁଡ଼, ତେଲକୋଇ-ନାରାୟଣ ପ୍ରଧାନ, ପାଟଣା-ଶିବ କୁମାର ବେହେରା, କେନ୍ଦୁଝର-ରତ୍ନାକର ଜେନା, ଯଶିପୁର-ନବୀନ କୁମାର ବାରିକ, ସରଶକଣା-ନାରାୟଣ ମହାପାତ୍ର, ରାଇରଙ୍ଗପୁର-ଏସ୍.କେ. ଇତ୍କାମ୍, ବାଙ୍ଗିରୀପୋଷି-ହରିଶଙ୍କର ଦାସ, କରଞ୍ଜିଆ-ଜାକି ହୁସେନ୍, ଉଦଳା-ନାରାୟଣ ପଟ୍ଟନାୟକ, ବାରିପଦା-ଶିବାନନ୍ଦ ଦାସ, ଉମରକୋଟ୍-ଶଙ୍କର ଦେ, ଝରିଗାଁ-ହେମ୍ରାଜ ବାଗ୍, ନବରଙ୍ଗପୁର-ସଂଜୀବ ବିଷୋଇ, ଡାବୁଗାଁ-ବାବୁଲି ବାଗ୍, ଲାଞ୍ଜିଗଡ଼-ମୁରଲୀଧର ନାୟକ, ବାଲିଗୁଡ଼ା-ଗୌରୀଶଙ୍କର ଆଚାର୍ଯ୍ୟ, ଜି.ଉଦୟଗିରୀ-ମନୋଜ କୁମାର ଦିଗଲ, ଫୁଲବାଣୀ-ଶିବଶଙ୍କର ବେହେରା, ମୋହନା-ଦୁଃଶାସନ ପ୍ରଧାନ, ଗୁଣୁପୁର-ତରଣୀସେନ୍ ଶତପଥି, ବିସମକଟକ-ଜଗନ୍ନାଥ ପଣ୍ଡା ।
ନବନିଯୁକ୍ତ ସଂଯୋଜକ ମାନଙ୍କୁ ପି.ସି.ସି. ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ତଥା ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ବିଭାଗର ସଂଯୋଜକ ବାଙ୍କନିଧି ବେହେରା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସଂଯୋଜକବୃନ୍ଦ ତାଙ୍କର କର୍ତବ୍ୟ ଓ କାର୍ଯ୍ୟରେ ସଫଳତା ଲାଭ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ।