
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଦେଶ ବିଦେଶ ର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସୁଛନ୍ତି |ହେଲେ ଶ୍ରୀମନ୍ଦିରରେ ଚାରୋଟି ଦ୍ୱାର ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ରହିଥିବା ବେଳେ ପ୍ରଶାସନ ତରଫରୁ ମାତ୍ର ଗୋଟିଏ ଦ୍ଵାର ଭକ୍ତ ମାନଙ୍କ ପ୍ରବେଶ ପାଇଁ ସିଂହଦ୍ୱାର ଖୋଲା ଯାଇଛି |ସିଂହଦ୍ୱାର ଦେଇ ହଜାର ହଜାର ସଂଖ୍ୟାରେ ଭକ୍ତ ପ୍ରବେଶ ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗୁଥିବା ବେଳେ ଅସହ୍ୟ ଖରା ଏବଂ ବର୍ଷାରେ ଭିଜିବାକୁ ପଡୁଛି |ଗତ ହରିଶୟନ ଏକାଦଶୀ ଦିନ ପ୍ରବଳ ଭିଡ଼ ଏବଂ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା |ସେହିଦିନ କିଛି ଭକ୍ତ ଅଣନିଶ୍ୱାସୀ ହୋଇ ବେହୋସ ହୋଇଯାଇଥିଲେ |ଏଭଳି ସମସ୍ୟା କୁ ଦେଖି ଭକ୍ତ ମାନଙ୍କ ସୁବିଧା ନିମନ୍ତେ ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା ପାଇଁ ଅନେକ ସମୟରେ ଶ୍ରୀଜଗନ୍ନାଥ ସେନା ତରଫରୁ ଦାବୀ ହୋଇଛି |ଏଭଳି ଦାବିକୁ ପୁନର୍ବାର ବିଚାର କରାଯାଇ ଭକ୍ତ ଙ୍କ ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ର ଚାରି ଦୁଆର ଖୋଲିବା ଓ ରତ୍ନଭଣ୍ଡାର ମରାମତି ତଥା ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଗୁଡ଼ିକୁ ଶ୍ରୀ ମନ୍ଦିର ପରିଚାଳନା କମିଟି ମିଟିଂ ଏଜେଣ୍ଡା ରେ ସ୍ଥାନ କୁ ଦେବା ଦାବିରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଶ୍ରୀ ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ କରାଯାଇଛି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଏହା ମହାଆନ୍ଦୋଳନରେ ପରିଣତ ହେବ ବୋଲି ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।