
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ଯୁବ କଂଗ୍ରେସ ପୁରୀର ନିର୍ବାଚନ ଫଳାଫଳ ଅନୁଯାଇ ଗତ ୨୫ତାରିଖରେ ରାଷ୍ଟ୍ରୀୟ ଯୁବ କଂଗ୍ରେସ ତରଫରୁ ନିର୍ବାଚନ ଫଳାଫଳ ବାହାରିଥିଲା |ଏହି ଫଳା ଫଳ ଅନୁଯାୟୀ ଆଲୋକ କୁମାର ଦାଶ ଯୁବ କଂଗ୍ରେସ ଜ଼ିଲ୍ଲା ସଭାପତି ନିର୍ବାଚିତ ହୋଇଥିବା ବେଳେ – ମନୋଜ ମଣ୍ଡଳ ପୁରୀ ବିଧାନ ସଭା ଯୁବ କଂଗ୍ରେସ ସଭାପତି ହୋଇଛନ୍ତି | ସେଇ ଭଳି ଅନିଲ ବେଜ ପୁରୀ ବିଧାନସଭା ଯୁବ କଂଗ୍ରେସ ଉପ ସଭାପତି ହୋଇଥିବା ବେଳେ ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ଉପ-ସଭାପତି ପୂଜା ବେଜ ହୋଇଛନ୍ତି | ଏହି ପରିପ୍ରେକ୍ଷୀରେ ସମସ୍ତ ନିର୍ବାଚିତ ଯୁବ କଂଗ୍ରେସ କର୍ମୀ ଙ୍କୁ ସମ୍ବର୍ଧନା ଶୋଭାଯାତ୍ରା ରେ ସହର ପରିକ୍ରମା କରାଯାଇଥିଲା | ଏହି ଶୋଭାଯାତ୍ରା ର ମୁଖ୍ୟ ଉଦେଶ୍ୟ ଥିଲା ଯୁବ କଂଗ୍ରେସ ଶୋଭାଯାତ୍ରା ସହ ଅନେକ ଯୁବକ ଯୋଡ଼ିହେବା ସହ – ଯୁବ କଂଗ୍ରେସ କୁ ସୁଦୃଢ କରାଯିବ | ଏଥିସହିତ ଯୁବ କଂଗ୍ରେସ ଜ଼ିଲ୍ଲା ସଭାପତି ଏହି ଶୋଭାଯାତ୍ରା କୁ ସମ୍ବୋଧନ କରି କହିଛନ୍ତି ଯେ ପୁରୀରେ ଅନେକ ଯୁବକ ଙ୍କ ସ୍ଥାୟୀତ୍ୱ ପାଇଁ ଲଢେଇ ହେବ |ପୁରୀରେ ଅନେକ ସମସ୍ୟା ରହିଛି – ପୁରୀର ଯୁବକ ମାନଙ୍କ ପାଇଁ ନିଯୁକ୍ତି ରହିଛି ହେଲେ ସେଇ ସବୁ ଉପରେ ବାହାର ରାଜ୍ୟ ପିଲା ହକ ଜମାଇ ରଖିଛନ୍ତି | ପୁରୀ ସହର ପାଇଁ ଆଗାମୀ ଦିନରେ ଲଢେଇ ହବ ଯୁବ ମାନଙ୍କ ହକ ଓ ସ୍ଥାୟୀତ୍ୱ ଉପରେ ଲଢେଇ ହେବ | ପୂର୍ବରୁ ସଦାସର୍ବଦା ପୁରୀ ଜନସାଧାରଣ ଙ୍କ ସମସ୍ୟା ସହ ଆମେ ଯୋଡି ହୋଇ ରହିଛୁ |ଭଲ ମନ୍ଦ ଦୁଃଖ ସୁଖରେ ପୁରୀ ବସି ଙ୍କ ସହ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ସଦାସର୍ବଦା ଜନସାଧାରଣ ଙ୍କ ସହ ରହିଛି |ଆଗାମୀ ଦିନରେ ଆମେ ମଧ୍ୟ ସେଇ ବିଶ୍ୱାସ ର ସହ ପୁରୀର ଜନସାଧାରଣ ଙ୍କ ସହ ରହିବୁ ଏବଂ ସେମାନଙ୍କ ହକ ପାଇଁ ଲଢେଇ କରିବୁ ବୋଲି ଯୁବ କଂଗ୍ରେସ ଜ଼ିଲ୍ଲା ସଭାପତି ଆଲୋକ କୁମାର ଦାଶ କହିଛନ୍ତି |