-
୧୨ ଜିଲ୍ଲାରେ ନିଅଂଟିଆ, ଦୁଇ ଜିଲ୍ଲାରେ ଅତ୍ୟଧିକ ଏବଂ ୧୬ ଜିଲ୍ଲାରେ ସ୍ଵାଭାବିକ୍ ବର୍ଷା ରେକର୍ଡ଼
ଭୁବନେଶ୍ଵର, ଚଳିତ ମୌସୁମୀ ଋତୁରେ, ୧ ଜୁନ୍ ରୁ ୩୧ ଜୁଲାଇ ସୁଦ୍ଧା ୪୮୩.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ଏହି ସମୟରେ ସ୍ଵାଭାବିକ୍ ବର୍ଷା ୫୫୦.୭ ମି.ମି ରହିଥାଏ ।
ଏହି ଅବଧି ମଧ୍ୟରେ ୧୨ ଜିଲ୍ଲାରେ ନିଅଂଟିଆ, ଦୁଇ ଜିଲ୍ଲାରେ ଅତ୍ୟଧିକ ଏବଂ ଅନ୍ୟ ୧୬ ଜିଲ୍ଲାରେ ସ୍ଵାଭାବିକ୍ ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।