ଭୁବନେଶ୍ୱର, ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ ଓଡ଼ିଶା ପ୍ରଶାସନିକ ସେବା -୨୦୨୧ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଯୁବବନ୍ଧୁ ମାନଙ୍କୁ ଶୁଭେଚ୍ଛା । ସୁଦେବ କୁମାର ପୃଷ୍ଟିଙ୍କ ସହ ଅନେକ ପରୀକ୍ଷାର୍ଥୀ ସଫଳତା ହାସଲ କରିଛନ୍ତି । ଆପଣମାନେ ସମସ୍ତେ ସେବା ମନୋଭାବ ରଖି ସମାଜ ଓ ମାନବତାର କଲ୍ୟାଣ ପାଇଁ କାମ କରିବେ ବୋଲି ମୋର ବିଶ୍ୱାସ । ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।
Related Stories
November 23, 2024